-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
27-Mar-2022
ବଲାଙ୍ଗିର(ପ୍ରେରଣା ଖବର ବ୍ୟୁରୋ) , ବଲାଙ୍ଗିର ଜିଲ୍ଲା ସନ୍ନିକଟ ପୁଇଁତଳା କୁଷ୍ଠlଶ୍ରମରେ ପ୍ରାୟ ୩୦ ଟି ପରିବାର ବସବସ କରନ୍ତି l ଚାଳଛପର ଓ ଭଙ୍ଗl ଦଦରା ଘରେ ଆତି ଦୟନୀୟ ଅବସ୍ଥାରେ ଏମାନେ ଜୀବନ ଅତିବାହିତ କରନ୍ତି l ତେବେ ଏହି ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ମାଗଣାରେ ବାସଗୃହ ଯୋଗାଇ ଦେବା ପାଇଁ କଟକ ସ୍ଥିତ ଇଂ ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ମହତ୍ ପଦକ୍ଷେପ ହାତକୁ ନିଆଯାଇଛି l ଆଜି ପୁଇଁତଳା କୁଷ୍ଠlଶ୍ରମରେ ଏହି ଅନ୍ତେବାସୀ ମାନଙ୍କ ସୁବିଧାରେ ରହିବା ପାଇଁ ନିର୍ମାଣ ହେବାକୁ ଥିବା ବାସଗୃହର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଇଂ ଅଭିଷେକ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ର କୋଅର୍ଡିନେଟର ରଞ୍ଜନ କୁମାର ଲେଙ୍କା ଙ୍କ ଦ୍ଵାରା ଏହି ଭୂମି ପୂଜନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା l
ଆସନ୍ତା ତିନି ମାସ ଭିତରେ କୁଷ୍ଠlଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ବାସଗୃହ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଟ୍ରଷ୍ଟ
ପକ୍ଷରୁ କୁହାଯାଇଛି l ଆଜିର ଏହି ଭୂମି ପୂଜନ ଉତ୍ସବ ରେ ବଡ଼ମାଲ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ରଞ୍ଜନ କୁମାର ପାତ୍ର, ବଡ଼ମାଲ ଶ୍ରଦ୍ଧl ସାଇ ଆନନ୍ଦ ଚାରିଟେବୁଲ କେନ୍ଦ୍ରର ସମ୍ପାଦକ ଶଙ୍କର ଜେନା, ଭା ଗୋ ଜୀ ସିନ୍ଧେ ସାଇ ପରିବାରର କୋଅର୍ଡିନେଟର ପ୍ରଦ୍ୟୁମ୍ନ କୁମାର ବେହେରା, ସୋନାଲିକା ଟ୍ରାକ୍ଟରସ୍ ର ସତ୍ଵାଧିକାରୀ ରାଜେଶ ଦାସ (ପପୁ), ଦୀନେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ l