-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ)-ବଲାଙ୍ଗୀର ପୌରାଞ୍ଚଳରେ ୪ର୍ଥଥର ପାଇଁ ଶାସକ ବିଜେଡିଦଳ ଜିଣିଛି । ଗତଥର ଭଳି ଚଳିତଥର ମଧ୍ୟ ବିଜେଡିକୁ ଏକ ପାଖିଆ ସମର୍ଥନ ମିଳିଛି । ଅଧ୍ୟକ୍ଷା ନିର୍ବାଚନ ସିଧାସଳଖ ହୋଇଥିବା ବେଳେ ବିଜେଡିର ଲିକା ସାହୁ ବିପୁଳ ଭୋଟପାଇ ବିଜୟୀ ହୋଇଛନ୍ତି । ବଲାଙ୍ଗୀର ପୌରାଞ୍ଚଳରେ ମୋଟ ୪୬,୬୯୮ ପୋଲିଂ ହୋଇଥିବା ବେଳେ ସେଥିରୁ ଲିକା ସାହୁଙ୍କୁ ୨୬୦୯୧ଭୋଟ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ମିଲନୀ ସାହୁଙ୍କୁ ୧୧,୬୫୯ଟି ଭୋଟ,ଭାଜପାର ସବିତା ବାର୍ଲାଙ୍କୁ ୭୧୧୬ଭୋଟ,ଭିଲେଜର୍ସ ଇଣ୍ଡିଆପାର୍ଟିର ସøøଦାମିନୀ କୁସଲିଆଙ୍କୁ ୫୦୭ଟି ଭୋଟ,ବହୁଜନ ସାମାଜପାର୍ଟିର ବବି କୁମ୍ଭାରଙ୍କୁ ୬୭୮ଭୋଟ ଓ ସ୍ୱାଧିନ ପ୍ରାର୍ଥି ସମସୁନ ନିଶାଙ୍କୁ ୧୭୪ଟି ଭୋଟ ମିଳିଛି । ସେହିପରି ନୋଟାରେ ୭୩୭ଟି ଭୋଟ ପଡିଛି । କଂଗ୍ରେସର ମିଲନୀ ସାହୁଙ୍କୁ କେବଳ ନରସିଂହ ମିଶ୍ରଙ୍କ ୧୨ନମ୍ବର ୱାର୍ଡରେ ସାମାନ୍ୟ ଅଧିକ ଭୋଟ ମିଳିଛି । ବାକି ସବୁ ୱାର୍ଡରେ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥିନୀଙ୍କୁ ବହୁତ କମ ଭୋଟ ମିଳିଛି । ଏପରିକି ଅନ୍ୟ ଯେଉଁସବୁ ୱାର୍ଡରେ କଂଗ୍ରେସର କାଉନସିଲର ଜିଣିଛନ୍ତି ସେଠାରେ ମଧ୍ୟ ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ ଅଧିକ ଭୋଟ ପାଇଛନ୍ତି । ଫଳରେ ଅଧ୍ୟକ୍ଷା ଭୋଟ ଏକପାଖିଆ ହୋଇଛି । ଲିକା ସାହୁ ବଲାଙ୍ଗୀର ହାତିଶାଳ ପଡାର ଝିଅ ହୋଇଥିବା ବେଳେ ସୁଦପଡାର ବିଶିଷ୍ଟ ବ୍ୟବସାୟୀ ଦୁର୍ଗାପ୍ରସାଦ ବେହେରାଙ୍କ ପୁତ୍ରବଧୁ ଓ ବ୍ୟବସାୟୀ ଦେବଦତ୍ତ ବେହେରାଙ୍କ ପତ୍ନୀ ଅଟନ୍ତି । ଦୁର୍ଗାପ୍ରସାଦ ବେହେରା ୧୯୭୨ ମସିହାରେ ସ୍ୱତନ୍ତ୍ରପାର୍ଟିରୁ କାଉନସିଲର ହୋଇଥିଲେ ଓ ସେହିଦିନରୁ ବଲାଙ୍ଗୀର ରାଜପରିବାର ସହିତ ତାଙ୍କର ସଂପର୍କ ରହିଆସିଛି । ସେହିପରି ଦେବଦତ୍ତଙ୍କ ଲୋକସଂପର୍କ ମଧ୍ୟ ରହିଛି । ଲିକା ବଲାଙ୍ଗୀର ରାଜେନ୍ଦ୍ରବିଶ୍ୱବିଦ୍ୟାଳୟରେ ପଢି ଉଦ୍ଭିଦବିଜ୍ଞାନ ସ୍ନାତକୋତ୍ତର ପରୀକ୍ଷାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଥିଲେ । ଏମଏସସି ବୋଟାନୀ ସହିତ ବିଇଡି ସାରି ସେ ଆଶ୍ରମସ୍କୁଲରେ ଶିକ୍ଷୟୀତ୍ରୀ କାମ କରୁଥିଲେ । ଏବେ ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଲେ ଓ ସିଧାସଳଖ ପୌରାଧ୍ୟକ୍ଷା ନିର୍ବାଚନରେ ଜିଣିଗଲେ । ଏବେ ବଲାଙ୍ଗୀର ସହରର ୧ନମ୍ବର ନାଗରୀକର ମାନ୍ୟତା ପାଇଛନ୍ତି । ମୋଟ ୨୧ଟି ୱାର୍ଡରୁ ୧ନମ୍ବର ୱାର୍ଡରେ ବିଜେଡିର ସସ୍ମିତା ନନ୍ଦ,୨-ବିଜେଡିର ସରିତା ଦାସ,୩-କଂଗ୍ରେସର ରଜନୀ ବନଛୋର,୪-କଂଗ୍ରେସର ଅରବିନ୍ଦ ପରୁଆ,୫-ବିଜେଡିର ଲଲାଟେନ୍ଦୁ ପଟ୍ଟନାୟକ,୬-ବିଜେଡିର ପିଙ୍କି କବାଟ,୭-ବିଜେଡିର ଶମ୍ଭୁ ନାଗ,୮-ବିଜେଡିର ନନ୍ଦିନୀ ପୋଢ,୯-ବିଜେଡିର ପ୍ରେମଲତା ନାଏକ,୧୦-ବିଜେଡିର କିଶୋର କୁମ୍ଭାର,୧୧-କଂଗ୍ରେସର ପ୍ରଦୀପ ମିଶ୍ର,୧୨-କଂଗ୍ରେସର ଅଞ୍ଜଳି ସାହୁ,୧୩-ବିଜେଡିର ଇସମତ ଆରାଖାନ,୧୪-ବିଜେଡିର ସଂଞ୍ଜୁଲତା ଦନ୍ତା,୧୫-ବିଜେଡିର ମହେନ୍ଦ୍ର ବାଘ,୧୬-ବିଜେଡିର ସନ୍ତୋଷିନୀ କୁଅଁର,୧୭-ବିଜେଡିର ପ୍ରତୀମା ଛତ୍ରୀଆ,୧୮-ବିଜେଡିର ଗଙ୍ଗାଧର ଚାନ୍ଦ,୧୯-ବିଜେପିର ହରିଶଙ୍କର ଛତ୍ରୀଆ,୨୦-ବିଜେଡିର ଗାୟତ୍ରୀ ଭୋଇ,୨୧-ବିଜେଡିର ଶତୃଘ୍ନ ବାଗ ଜିଣିଛନ୍ତି । ଏହି ବିଜୟ ପରେ ଅଧ୍ୟକ୍ଷା ଲିକା ସାହୁ ବିଜେଡି ସୁପ୍ରୀମୋ ନବୀନ ପଟ୍ଟନାୟକ,ବିଜେଡିର ବରିଷ୍ଠନେତା ଅନଙ୍ଗଉଦୟ ସିଂଦେଓ,କଳିକେଶନାରାୟଣ ସିଂଦେଓ,ଯୁବନେତା ଅର୍କେଶନାରାୟଣ ସିଂଦେଓ,ମନ୍ତ୍ରୀ ଟୁକୁନୀ ସାହୁ ଓ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଇଛନ୍ତି । ନବୀନ ପଟ୍ଟନାୟକ ସରକାର ଅମଳରେ ହୋଇଥିବା ବଲାଙ୍ଗୀରର ବିକାଶମୂଳକ କାମ ପାଇଁ ଭୋଟରମାନେ ବିଜେଡିକୁ ଭୋଟ ଦେଇଛନ୍ତି ବୋଲି ଲିକା କହିଛନ୍ତି ।