-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଲାଙ୍ଗିର,(ପ୍ରେରଣା ଖବର)ବଲାଙ୍ଗୀର ଜିଲ୍କାର ପୌରାଞ୍ଚଳ ଓ ବିଜ୍ଞାବିତଅଞ୍ଚଳ ପରିଷଦ ନିର୍ବାଚନର ଫଳାଫଳ ଘୋଷିତ ହୋଇଯାଇଛି । ଚଳିତଥରର ଫଳାଫଳ ଅନେକଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଜିଲ୍ଲାରେ ଥିବା ୨ଟି ପୌରପାଳିକା ଓ ୩ଟି ବିଜ୍ଞାପିତଅଞ୍ଚଳ ପରିଷଦ ମଧ୍ୟରୁ ୩ଟିରେ ଶାସକଦଳ ବିଜୟୀ ହୋଇଥିବା ବେଳେ ଗୋଟିଏରେ କଂଗ୍ରେସ ଓ ଗୋଟିଏରେ ବିଜେପି ଜିଣିଛି । ସବୁଠୁ ଆଶ୍ଚର୍ଯ୍ୟ କରିଛି ଟିଟିଲାଗଡ ପୌରପାଳିକା ନିର୍ବାଚନ । ଏହି ପୌରପାଳିକାରେ ଗତଥର ବିଜେଡିର ଥିବା ବେଳେ ଏଠାରୁ ମନ୍ତ୍ରୀ ଟୁକୁନୀ ସାହୁ ପ୍ରତିନିଧିତ୍ୱ କରୁଛନ୍ତି । ତଥାପି ସେଠାରେ ବିଜେପିର ମମତାଦେବୀ ଜୈନ ଅଧ୍ୟକ୍ଷା ପଦରେ ଜିଣିଯାଇଛନ୍ତି ।ସେ ୩୭୪୩ ଭୋଟ ବ୍ୟବଧାନରେ ଜିଣିଛନ୍ତି । ତେବେ ଟିଟିଲାଗଡରେ ମୋଟ ୧୫ଟି ୱାର୍ଡରୁ ଶାସକ ବିଜେଡି ସପକ୍ଷରେ ୧୦ଟି କାଉନସିଲର ଜିଣିଥିବା ବେଳେ ବିଜେପି ମାତ୍ର ୫ଟିରେ ଜିଣୀଛନ୍ତି । ସେହିପରି କଣ୍ଟାବାଞ୍ଜି ଏନଏସିରେ କଂଗ୍ରେସର ବିଧାୟକ ସନ୍ତୋଷସିଂ ସାଲୁଜାଙ୍କ ଭାଇ ବରିୟାମ ସିଂସାଲୁଜା(ନାଙ୍ଗୁ) ବିଜେଡିର ବିନୟଭୂଷଣ ବିଭାରଙ୍କ ଠାରୁ ୭୯୮ଭୋଟରେ ବିଜୟୀ ହୋଇଛନ୍ତି । କଣ୍ଟାବାଞ୍ଜିର ମୋଟ ୧୬ଟି ୱାର୍ଡରୁ ୮ଟିରେ କଂଗ୍ରେସ,୫ଟିରେ ବିଜେଡି ଓ ୩ଟିରେ ବିଜେପି କାଉନସିଲର ଜିଣିଛନ୍ତି । ବଲାଙ୍ଗୀର ପୌରପାଳିକାରେ ବିଜେଡିର ତାର ସ୍ଥିତାବସ୍ଥା ବଜାୟ ରଖିଛି । ପୂର୍ବରୁ ୩ଥର ପୌରପାଳିକା ଦଖଲ କରିରହିଥିବା ବିଜେଡିଦଳ ୪ର୍ଥଥର
ପାଇଁ ପୁଣି ଦଖଲ କରିଛି । ବିଜେଡି ଲିକା ସାହୁ ତାଙ୍କ ପ୍ରତିଦ୍ୱନ୍ଦି କଂଗ୍ରେସର ମିଲନୀ ସାହୁଙ୍କଠାରୁ ୧୪,୫୨୫ଟି ଅଧିକ ଭୋଟ ପାଇ ଅଧ୍ୟକ୍ଷା ପଦ ଜିଣିଛନ୍ତି । ତୁଷୁରା ଏନଏସିରେ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଅନୁଗତ ଅଜୟ ଜୟସ୍ୱାଲ(ବିଜେଡି) ତାଙ୍କ ପ୍ରତିଦ୍ୱନ୍ଦି ବିଜେପିର ରୁନୁଗୋପାଲ ସାହୁଙ୍କଠାରୁ ୮୨୬ ଭୋଟ ବ୍ୟବଧାନରେ ଜିଣିଛନ୍ତି । ତୁଷରାରେ ୧୧ଟି ୱାର୍ଡରୁ ୭ଟିରେ ଶାସକ ବିଜେଡିଦଳ ଓ ୪ଟିରେ ବିଜେପିଦଳ ଜିଣିଛି । ଠିକ ସେହିପରି ପାଟଣାଗଡ ଏନଏସିକୁ ଚଳିତଥର ବିଜେପି ହାତରୁ ବିଜେଡି ଛଡାଇ ନେଇଛି । ଏଠାରେ ବିଜେଡି ଏକତରଫା ଭାବରେ ଜିଣିଛି । ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ମାନସୀ ବିଶ୍ୱାଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ବୁଡୁ
ଶବରଙ୍କଠାରୁ ୩୦୬୬ଟି ଅଧିକ ଭୋଟ ପାଇଁ ଜିଣିଛନ୍ତି । ଏଠାରେ ମୋଟ ୧୫ଟି ୱାର୍ଡରୁ ୧୪ଟିରେ ବିଜେଡି ଓ ଗୋଟିଏ ୱାର୍ଡରେ ସ୍ୱାଧିନ ପ୍ରାର୍ଥି ବିଜୟୀ ହୋଇଛନ୍ତି । ପାଟଣାଗଡରେ ସାଂସଦ ସଂଗୀତାକୁମାରୀ ସିଂଦେଓ ଓ ବରିଷ୍ଠ ବିଜେପିନେତା କନକବର୍ଦ୍ଧନ ସିଂଦେଓଙ୍କୁ ବଡଝଟକା ଲାଗିଛି । ଦୀର୍ଘବର୍ଷ ଧରି ବିଜେପି ଦଖଲରେ ଥିବା ପାଟଣାଗଡ ଏନଏସି ଏବେ ବିଜେପି ହାତରୁ ଖସିଯାଇଛି । ପୂର୍ବରୁ ପାଟଣାଗଡ ବିଧାନସଭା କ୍ଷେତ୍ର ଓ ଏବେ ପଞ୍ଚାୟତ ସହିତ ପୌରନିର୍ବାଚନରେ ବିଜେପି ପାଟଣାଗଡରେ ଧୂଳି ଚାଟିଛି । ସେହିପରି ଟିଟିଲାଡରେ ମଧ୍ୟ ଭୋଟର ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ମଧ୍ୟ ଝଟକା ଦେଇଛନ୍ତି । ଟିଟିଲାଗଡ ନିର୍ବାଚନମଣ୍ଡଳିର ସଇଁତଳା ଓ ଗୁଡଭେଲା ବ୍ଲକ ବିଜେଡିହାତରୁ ଖସିଯାଇଥିବା ବେଳେ ଏବେ ଟିଟିଲାଗଡ ପୌରପାଳିକା ଖସିଯାଇଛି । ଫଳରେ ମନ୍ତ୍ରୀ ଟୁକୁନି ସାହୁ ପଦବୀରେ ଆଞ୍ଚ ଆସିଛି । ଠିକ ସେହିପରି ବଲାଙ୍ଗୀର ନିର୍ବାଚନମଣ୍ଡଳିରେ ପଞ୍ଚାୟତ ନିର୍ବାଚନରେ ୪ଟି ଯାକ ଜିଲ୍ଲାପରିଷଦ କଂଗ୍ରେସ ହାରିଥିବା ବେଳେ ଏବେ ପୌରପାଳିକାରେ ମଧ୍ୟ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । କଂଗ୍ରେସର ବିଧାୟକ ନରସିଂହ ମିଶ୍ରଙ୍କ ବିକାଶନାରା ଏଠାରେ ସଂପୂର୍ଣ୍ଣ ଫେଲ ମାରିଛି ।