-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଲାଙ୍ଗୀର,(ପ୍ରେରଣା ଖବର): ଚଳିତ୨ଠ୨୨-୨୩ ବର୍ଷ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଜି ସିଭିଲ କୋର୍ଟ ବାର୍ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଭାବରେ ଅମ୍ବରିଶ ତ୍ରିପାଠୀ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରବୀଣ ମିଶ୍ରଙ୍କୁ ୬୯ ଭୋଟରେ ପରାସ୍ତ କରିଛନ୍ତି । ସଂପାଦକ ପଦ ପାଇଁ ଅଧିକାରୀ ଦନ୍ତା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବରେ ସରୋଜ ଗୁପ୍ତା, କୋଷାଧ୍ୟକ୍ଷ ଭାବରେ ରୁଦ୍ର ଥନାପତି, ଯୁଗ୍ମ ସଂପାଦକ ଭାବରେ ସୁମିତ ଖୁଆସ ନିର୍ବାଚିତ ହୋଇଛନ୍ତି । ଅଡିଟର ଭାବରେ ସନ୍ଦିପନ ମିଶ୍ର ମନୋନୀତ ହୋଇଛନ୍ତି । କାର୍ଯ୍ୟକାରୀ କମିଟକୁ
ଜୟରାମ ମିଶ୍ର, ବୀରେନ ମିଶ୍ର, ଶଙ୍କର ମିଶ୍ର, ରବି ବହିଦାର, ଦୀନେଶ ନାଗ, ସମୀର ମିଶ୍ର(ବୁନୁ) ଚନ୍ଦ୍ରଶେଖର ମିଶ୍ର, ଶ୍ରୀନିବାସ ରାଓ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଆଜିର ନିର୍ବାଚନକୁ ଓକିଲ ସଂଘର ସଭ୍ୟ ଅରବିନ୍ଦାକ୍ଷ ପୂଜାରୀ, ସୁରେଶ ପାଠୀ, ଦେବେନ୍ଦ୍ର ପାଣିଗ୍ରାହୀ,ବିଜୟ ମିଶ୍ର, ସୁରେନ୍ଦ୍ର ମିଶ୍ର, ଦେବାଶିଷ ବିଶ୍ୱାଲ, ସୁଧାଂଶୁ ଦେଓ, ସଞ୍ଜୟ ପଟେଲ, ଜିତେନ୍ଦ୍ର ପୁରୋହିତ, ରାଜେନ୍ଦ୍ର ମିଶ୍ର, ପ୍ରଭାସ ମିଶ୍ର ସୁଭ୍ରାଂଶୁ ବଗର୍ତ୍ତି,ବ୍ରଜ ମିଶ୍ର ପ୍ରମୁଖ ନିର୍ବାଚନରେ ସହଯୋଗ କରିଥିବା ବେଳେ ନିର୍ବାଚନ ଅଧିକାରୀ ଭାବରେ ସମସ୍ତ ନିର୍ବାଚନ ପ୍ରକ୍ରିୟାକୁ ଅରବିନ୍ଦାକ୍ଷ ପୁଜାରୀ ପରିଚାଳନା କରିଥିଲେ ।