-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ବଲାଙ୍ଗିର, ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଶେଷରେ ବଲାଙ୍ଗିର ପୌର ପରିଷଦରେ ବାଜି ମାରିନେଲା ବିଜେଡ଼ି । ବିଜେଡ଼ି ଅଧ୍ୟକ୍ଷା ପ୍ରାର୍ଥିନୀ ଲିକା ସାହୁ କଂଗ୍ରେସ ପ୍ରାର୍ଥିନୀ ମିଲନୀ ସାହୁଙ୍କୁ ୧୪ ହଜାର ୪୩୨ ଭୋଟରେ ପଛରେ ପକାଇ ବିଜୟୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ସମୁଦାୟ ୧୧ ହଜାର
୬୫୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେପି ପ୍ରାର୍ଥିନୀ ସବିତା ବାର୍ଲା ୭ ହଜାର ୧୧୬ ଖଣ୍ଡ ଭୋଟ୍ ପାଇଛନ୍ତି । ବିଜୟୀ ପ୍ରାର୍ଥିନୀ ଲିକା ସାହୁ ସମୁଦାୟ ୨୬ ହଜାର ୦୯୧ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି । ବିଜେଡ଼ି ଶିବିରରେ ଏବେ ଉତ୍ସାହର ମାହୋଲ୍ ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ବିଜେଡ଼ି ପକ୍ଷରୁ ପ୍ରସେସନ୍ ଚାଲିଥିବା ବେଳେ କଂଗ୍ରେସକୁ ପୁଣି ହତାଶ ହେବାକୁ ପଡ଼ିଛି ।