-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Mar-2022
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ) ନିର୍ବାଚନ ଋତୁରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବା କେଇଦିନ ଆଗତୁରା ରାଜ୍ୟ ସରକାର ଙ୍କ ନିମାନୁଯାୟୀ, ସାମ୍ପ୍ରଦାୟିକ ହିଂସାକାଣ୍ଡ ଉପୁଜିବା ଆଶଙ୍କାରେ ମଦଦୋକାନ ଗୁଡିକ ବନ୍ଦ କରିଦେଇଥାନ୍ତି ।ହେଲେ, କେତେକ ଚୋରାଲୁକା ମଦବେପାରୀ ଯାହାର ଲାଇସେନ୍ସ ନାହିଁ ସେମାନେ ଏଇ ସମୟରେ ସୁଯୋଗ କୁ ହାତଛଡ଼ା ନକରି ବେଶଦୁଇପଇସା ଉପାର୍ଜନ ଆଶାରେ ମଦକାରବାର ରାଜ୍ୟ ର ଅନେକ ସ୍ଥାନରେ କରୁଥିବା ଜଣାଯାଏ । ଏମିତି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ । ପଦ୍ମପୁର ଅବକାରୀ ବିଭାଗ କେତେକ ମଦବେପାରୀ ଙ୍କୁ ସନ୍ଦେହ,ତଥା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରରେ ଅଚାନକ ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ୟାପକ ପରିମାଣର ବିଦେଶୀ,ଦେଶି ମଦ ଜବତ କରିବା ସହ ଅଭିଯୁକ୍ତ ଗିରଫ କରିଛନ୍ତି । ଏଠାକାର ଅବକାରୀ ବିଭାଗ ର ଆରକ୍ଷୀ ଅଧିକାରୀ ଶ୍ରୀମାନ ହେମକାନ୍ତ ସୁନା ଏକ ଟିମ୍ ଗଠନ କରି ଏହି ବ୍ୟାପକ ଅଭିଯାନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଏହି ଯେ, ଲାଇସେନ୍ସ ପ୍ରାପ୍ତ ମଦଦୋକାନ ର ମାଲିକ ଆଗତୁରା ଏଇ ବେପାରୀ ମାନଙ୍କୁ ମଦଦୋକାନ ବନ୍ଦ ର ଖବର ଦେବା ଫଳତଃ ଲୋଭର ବଶବର୍ତ୍ତୀ ହୋଇ ମଦବେପାର କରୁଥିବା ଜନସାଧାରଣ ସନ୍ଦେହ କରନ୍ତି ।