-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
25-Mar-2022
ବୌଦ୍ଧ(ପ୍ରେରଣା ଖବର): ଆଜି ଅପରାହ୍ନ ଘ୪.୩୦ ମିନିଟ ସମୟରେ ଆଭାସି ଜରିଆରେ ବୌଦ୍ଧ ଜିଲାରେ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ସନତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଆନୁକୁଲ୍ୟରେ ହେବାକୁଥିବା ଏହି ନିଯୁକ୍ତି ମେଳା ଅପ୍ରେଲ ୬ ତାରିଖ ଦିନ ଟାଉନହଲ ବୌଦ୍ଧଠାରେ ଏବଂ ଅପ୍ରେଲ ୭ ତାରିଖଦିନ ପଞ୍ଚାୟତ ମହାବିଦ୍ୟାଳୟ କଂଟାମାଳ ଠାରେ ସକାଳ ୧୦ ଘଂଟା ଠାରୁ ଅପରାହ୍ନ ୨ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅପ୍ରେଲ ୬ ଓ ୭ ତାରିଖରେ ଏହି ହେବାକୁ ଥିବା ଏହି ମେଳାକୁ ସାଫଲ୍ୟ ମଣ୍ଡିତ କରିବାକୁ ପଦାଧିକାରୀମାନଙ୍କୁ ନେଇ ଏକ ତତ୍ୱାବଧାନ କମିଟି ଉପଜିଲ୍ଲାପାଳ ଶ୍ରୀ ନାଏକଙ୍କ ଅଧ୍ୟକ୍ଷତାରେ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏଥିରେ ବୌଦ୍ଧ ଓ କଣ୍ଟାମାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଡେପୁଟି କାର୍ଯ୍ୟନିର୍ବାହୀ ଓରମାସ, ସିଡିପିଓ ବୌଦ୍ଧ ଓ କଣ୍ଟାମାଳ ସଦସ୍ୟ ରହିବେ ଏବଂ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ କମିଟିର ଆବାହକ ଭାବରେ ଦାୟିତ୍ୱ ତୁଲାଇବେ । ଏହି ମେଳାରେ ୫ମ ରୁ ୧୦ମ ଏବଂ ଯୁକ୍ତ ୨, ଯୁକ୍ତ ୩, ଆଇଟିଆଇ ଓ ଡିପ୍ଲୋମା ପାଶ କରିଥିବା ବେକାର ଯୁବକ ଯୁବତୀ( ୧୮ ରୁ ୩୫ ବର୍ଷ)ଙ୍କୁ କର୍ମନିଯୁକ୍ତିର ସୁଯୋଗ ଦିଆଯିବ । ଆଶାୟୀ ପ୍ରାର୍ଥୀମାନେ ନିଜର ଆଧାରକାର୍ଡ ନକଲ,ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ନକଲ,ପାଶପୋର୍ଟ ଫଟୋ ସହିତ ନିଯୁକ୍ତିମେଳାକୁ ଆସିବାକୁ ଜିଲ୍ଲା ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାଏକ ନିବେଦନ କରିଛନ୍ତି । ସେମାନେ ଘରୋଇ କମ୍ପାନୀ ରାଜ୍ୟ ଦକ୍ଷତା ବିକାଶ ସଂସ୍ଥା ପକ୍ଷରୁ ତାଲିମ ଏବଂ କର୍ମ ନିଯୁକ୍ତିର ସୁଯୋଗ ପାଇପାରିବେ । ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବେସରକାରୀ ସଂସ୍ଥାର ନିଯୁକ୍ତି ଦାତା ଓ ଦକ୍ଷତା ବୃଦ୍ଧି ତାଲିମ ଦାତାମାନେ ଯୋଗଦେବେ ।