-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ନର୍ଲା (ସଞ୍ଜଵ ଦାସ)
ଜାତୀୟ ପ୍ରେସ ଦିବସ ଅବସରରେ ନର୍ଲା ପ୍ରେସ କ୍ଲବ ପକ୍ଷରୁ ପ୍ରେସ ଦିବସ ପାଳନ କରାଯାଇଛି। ସ୍ଥାନୀୟ ବି.ଆର.ସି ଅଫିସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ମନୋଜ କୁମାର ପଟ୍ଟନାୟକ ଯୋଗଦାନ କରି ସମାଜର ଚତୁର୍ଥ ସ୍ତମ୍ବ ସାମ୍ବାଦିକଙ୍କ ସୁରକ୍ଷା ଓ ସାମ୍ବାଦିକ ଭତ୍ତା ପ୍ରଦାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି। ସମ୍ମାନୀତ ଅତିଥି ରୂପେ ନର୍ଲା ସମାଜ ପ୍ରତିନିଧି ମନୋଜ କୁମାର ଷଡଙ୍ଗୀ ଯୋଗଦାନ କରିଥିଲେ। ନର୍ଲା ପ୍ରେସ କ୍ଲବ ସଭାପତି ଦୀପକ କୁମାର ଠାକୁର ସ୍ଵାଗତ ଭାଷଣ ଓ ବରିଷ୍ଠ ସାମ୍ବାଦିକ ଭିକାରୀ ଗଉଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ନୂତନ ଭାବେ ୫ ଜଣ ସାମ୍ବାଦିକ ପ୍ରେସ କ୍ଲବରେ ସାମିଲ ହୋଇଥିଲେ। ସଭାକାର୍ଯ୍ୟ ପରେ ସମାଜସେବୀ ମନୋଜ ବାବୁଙ୍କ ଦ୍ଵାରା ଗରିବ ଅସହାୟ ଲୋକଙ୍କୁ ନର୍ଲା ମାଝୀ ପଡ଼ାରେ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏଥିରେ ନର୍ଲା ପ୍ରେସ କ୍ଲବ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ।କରୋନା ମହାମାରୀ ଯୋଗୁଁ ଜାତୀୟ ପ୍ରେସ ଦିବସ ନିରାଡମ୍ବର ଭାବେ ପାଳନ ହୋଇଥିବା ବେଳେ ନର୍ଲା ପ୍ରେସ କ୍ଲବ ସଭାପତି ଦୀପକ ଠାକୁର, ସମ୍ପାଦକ ଅଜୟ ସେନାପତି, ତ୍ରିଲୋଚନ ଗଉଡ, ପ୍ରଦୀପ କୁମାର ଗଉଡ, ସୁଶାନ୍ତ ଚାନ୍ଦ, ଖଗେଶ୍ୱର କୁମାର, ସଞ୍ଜିବ ଦାସ,ସୁମିତ ଶର୍ମା, କାଶୀନାଥ ଦାଶ ସହିତ ଅନ୍ୟ ପତ୍ରିକାର ବନ୍ଧୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ପ୍ରେସ କ୍ଲବ ସମ୍ପାଦକ ଅଜୟ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।