-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
16-Nov-2020
ସମ୍ବଲପୁର,(ସଞ୍ଜିବ ପାଣିଗ୍ରାହୀ): ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀ ପ୍ରଧାନ ଏବଂ ବିଜେଡି ଜିଲ୍ଲା ସଭାପତିଇଂ. ସିଦ୍ଧାର୍ଥ ଦାସଙ୍କ ପରାମର୍ଶ କ୍ରମେ ରବିବାର ଜ଼ିଲ୍ଲା ଯୁବ ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘିଚାମୁରା ଗ୍ରାମ ପଞ୍ଚାୟତରେ ସମାଜର ବିଭିନ୍ନ ବର୍ଗରୁ ଆସିଥିବା କିଛି ଯୁବ, ମହିଳା ଓ ବୟୋଜ୍ୟୋଷ୍ଠ ବ୍ୟକ୍ତିଙ୍କ ସହିତ ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଭାବର ଆଦାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୋ ପରିବାର ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ଉତ୍ତମ ବାଗ, ମଞ୍ଜୁ ଓରାମ, ସଞ୍ଜୟ ଓରାମ, ଶାନ୍ତନୁ ଭୋଇ ତଥା ଘିଚାମୁରା ଗ୍ରାମ ପଞ୍ଚାୟତରୁ ଭରତ ଭୋଇ, କିଶୋର ବାରିକ, ଦାଶରଥି ବେହେରା, ମିନକେତନ ଧୂରୁଆ, ବିରାଜ ପଟେଲ, ଜୟନ୍ତ ବିଜାର, ମଞ୍ଜୁଲତା ପାଉଲେ, ସୁମତି ଷଣ୍ଢ, ଅଶୋକ ପଣ୍ଡା, ମହେନ୍ଦ୍ର ସେଠ୍, ଗୋବର୍ଦ୍ଧନ ପଟେଲ, ପିଣ୍ଟୁ ନାଥ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହ ଯୋଗଦାନ କରିଥିଲେ । ନିର୍ବାଚନ ମଣ୍ଡଳୀରେ ବହୁ ପରିଶ୍ରମ କରୁଥିବା ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତି ଓ ଯୁବନେତା ମୋତିଲାଲ୍ ତନ୍ତୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।