-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||      ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ   (06-Sep-2026)       ||      ବାର୍ଷିକ ଉତ୍ସବ ଓ ଗୁରୁଦିବସ ପାଳନ   (06-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି:ନେତାଙ୍କ ମତ ପରେ ନାଗରିକ କମିଟି ନିରବ କାହିଁକି? ଜମିର ମାଲିକାନା,ବ୍ୟବହାର ଓ ଐତିହାସିକ ତଥ୍ୟ ନେଇ ଉଠୁଛି ପ୍ରଶ୍ନ   (06-Sep-2026)       ||      ସାମ୍ବାଦିକଙ୍କ ମାତୃ ବିୟୋଗ   (06-Sep-2026)       ||      ବିଏମ୍ ସିର ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ-୨୦୨୬ ♦️ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରନ୍ତୁ-ମେୟର   (06-Sep-2026)       ||     

HOME   ଜିଲ୍ଲା

ଜିନ୍ଦାବାଦ ଧ୍ବନିରେ କମ୍ପିଲା ବିନିକା ସହର,ଶେଷ ଦିନରେ ଦାଖଲ ହେଲା ୩୩ପ୍ରାର୍ଥୀପତ୍ର

08-Mar-2022



ବିନିକା(ହିମାଂଶୁ ଶେଖର ପୁଟେଲ) ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା ପୌର ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷଦିନ । ଏହି ଶେଷଦିନରେ ବିଜେଡ଼ି ଓ ବିଜେପି ପୃଥକ ପୃଥକ ଭାବରେ ନିଜର ଦକ୍ଷତା  ଭୋଟର ତଥା ସହର ବାସୀଙ୍କ ଆଗରେ ପ୍ରଦର୍ଶନ କରିଥିବା ବେଳେ ଜାତୀୟ କଂଗ୍ରେସ ଦଳ ତରଫରୁ ସେମିତି ଦେଖାଯାଇ ନଥିଲା । ୧୨ୱାର୍ଡ ବିଶିଷ୍ଟ ବିନିକା ଏନଏସିର ସମସ୍ତ ୱାର୍ଡରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ଜାତୀୟ କଂଗ୍ରେସ ଦଳ ମାତ୍ର ୪ଗୋଟି ୱାର୍ଡରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।ତେବେ ଆଜି ଶେଷ ଦିନରେ ସ୍ଥାନୀୟ ମାତାମଠ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବିଜେଡ଼ିର ଅଧ୍ୟକ୍ଷ ପ୍ରାର୍ଥୀଙ୍କ ସହ ସମସ୍ତ ୱାର୍ଡର ପ୍ରାର୍ଥୀ,ମାନ୍ୟବର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ,ନଗର ସଭାପତି ସୋମନାଥ ମିଶ୍ର,ବ୍ଳକ ସଭାପତି ଦ୍ବାରିକାନାଥ ସାହୁ, ବରିଷ୍ଠ ନେତା ରଞ୍ଜନ ମିଶ୍ର,ବିହାରୀ ମିଶ୍ର,ରଞ୍ଜିତ ରଥ,ପୀତବାସ

ମେହେର,ହୃଷୀକେଶ ପଣ୍ଡା ପ୍ରମୁଖଙ୍କ ସମେତ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କୁ ସମର୍ଥନ ଦେଉଥିବା ବିଭିନ୍ନ ୱାର୍ଡର ଶହ ଶହ ମହିଳା ଜିନ୍ଦାବାଦ ଧ୍ବନି ଦେଇ ସହର ପରିକ୍ରମା କରି ସ୍ଥାନୀୟ ଏନଏସି କାର୍ଯ୍ୟାଳୟକୁ ଆସିଥିଲେ ।ବିଜେଡ଼ି ଦଳରୁ ଅଧ୍ୟକ୍ଷ ଭାବେ ସୁବାସ ଭୋଇ,୧ନଂ ୱାର୍ଡର କାଉନସିଲର ଭାବେ କଳ୍ପନା ଦୀପ,୨ନଂ ୱାର୍ଡରେ ବୈରାଗୀ ପ୍ରଧାନ,୩ନଂରେ କୁନି ଚିର୍ଗୁନ,୪ନଂରେ ଜିତେନ୍ଦ୍ର ମଲ୍ଲିକ,୫ନଂରେ ପ୍ରତିମା ଦୀପ,୬ନଂରେ ବିଜୟ ବରାଇ,୭ନଂରେ ରେଣୁକା ବରାଇ,୮ନଂରେ ପ୍ରଦୀପ ବାଘ,୯ନଂରେ ବୈୟଜନ୍ତି କଟୁଆଳ,୧୦ନଂରେ ଆଶାରାଣୀ ପଣ୍ଡା,୧୧ନଂରେ ବିକାଶ କର୍ଣ୍ଣ,୧୨ନଂରେ ପୂର୍ବତନ ଉପାଧ୍ୟକ୍ଷା ତପସ୍ଵିନୀ ମେହେର ପ୍ରମୁଖ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ସେହିପରି ଜାତୀୟ ଦଳ ବିଜେପି ତରଫରୁ ମଧ୍ୟ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରୁ ଏକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।ଏଥିରେ ବିନିକା ପ୍ରଭାରୀ ବିଶ୍ବମ୍ବର ମିଶ୍ର,ବିଜୟ ମହାକୁର,ବାବୁଳୁ ବିଶି,ରଘୁନାଥ ଜଗଦଲା,ଆଇନଜୀବୀ ପ୍ରଶାନ୍ତ ଦଣ୍ଡସନା,ସମ୍ବିତ ନେପାକଙ୍କ ସମେତ ପ୍ରାର୍ଥୀ/ପ୍ରାର୍ଥୀନୀ,ବିଜେପି କର୍ମୀ ସାମିଲ ହୋଇ ଜିନ୍ଦାବାଦ ଧ୍ୱନି ଦେଇ ଏନଏସି କାର୍ଯ୍ୟାଳୟକୁ ଆସିଥିଲେ ।ସେଠାରେ ଦଳ ପକ୍ଷରୁ ଚେୟାରମେନ ପ୍ରାର୍ଥୀ ବିଶ୍ଵାମିତ୍ର ଭୁଏଙ୍କ ସହ ୧ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ମମତା ସେଠୀ,୨ନଂରେ ରାଜ କୁମାର ସେବକ,୩ନଂରେ ସସ୍ମିତା ବିଶ୍ଵାଳ,୪ନଂରେ ଟିକୁନ

ମହାଳୀଙ୍ଗ,୫ନଂରେ ଗୋପାଳ କୃଷ୍ଣ ମହାଲିଙ୍ଗ,୬ନଂରେ ସନ୍ତୋଷ ଅଗ୍ରୱାଲ,୭ନଂରେ ସୁରପ୍ରିୟା ନେପାକ,୮ନଂରେ ନାରାୟଣ ନାଏକ,୯ନଂରେ ପିଙ୍କି ସେଠୀ,୧୦ନଂରେ ବନିତା ବାଘ,୧୧ନଂରେ ପ୍ରଫୁଲ୍ଲ ବଘାର,୧୨ନଂରେ ଚନ୍ଦ୍ରମା ଅଗ୍ରୱାଲ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କ ଠାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ଦଳର ବରିଷ୍ଠ ନେତା ସନ୍ତୋଷ ପଣ୍ଡା,ନରେନ୍ଦ୍ର ସାହୁ,ନରେନ୍ଦ୍ର ପଣ୍ଡା,ପ୍ରଦୀପ ସେଠୀ,ରାଘବ ଦାସଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ନଗରପାଳ ପ୍ରାର୍ଥୀ ଅନିଲ କୁମାର ନାଏକ,୪ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ଗୋବିନ୍ଦା ଝାଙ୍କର,୫ନଂରେ ବିରବଳ ବେହେରା,୬ନଂରେ ଉମାକାନ୍ତ ଦୀପ,୧୨ନଂରେ ସୁଦାମ ଭୋଇ  ପ୍ରମୁଖ ତାଙ୍କର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଦାଖଲ କରିଥିଲେ ।ସେହିପରି ଏନଏସିର ଅଧ୍ୟକ୍ଷ ପଦ ପାଇଁ ସ୍ଵାଧୀନ ପ୍ରାର୍ଥୀ ଭାବେ କରଣଜିତ ଭୋଇ,କର୍ଣ୍ଣ ମୁଣ୍ଡା ଏବଂ କାଉନସିଲର ସ୍ଵାଧୀନ ପ୍ରାର୍ଥୀ ଭାବେ ୪ନଂ ୱାର୍ଡରେ ଗୋପାଳ ମହାନ୍ତି,୫ନଂରେ ଗୁରୁବାରି ସେଠ,୧୦ନଂରେ ପୂର୍ଣ୍ଣିମା ବାଘ,୧୧ନଂରେ ଦେବେନ୍ଦ୍ର ଜଗଦଲା,୧ନଂ ୱାର୍ଡରେ ବିଏସପିର ରାଧାରାଣୀ ବାଘ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ନାମାଙ୍କନ ଯାଞ୍ଚ ପ୍ରକ୍ରିୟାରେ କିଏ କିଏ ବାଦ ପଡ଼ୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026
  ଜିଲ୍ଲା  
ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   07-Sep-2026
  ଜିଲ୍ଲା  
ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   07-Sep-2026
  ଜିଲ୍ଲା  
ପୀଠ ପରିଷଦ ର ପ୍ରଥମ ବୈଠକ   07-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   07-Sep-2026
  ରାଜ୍ୟ  
୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   07-Sep-2026

You Might Also Like