-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
03-Mar-2022
କଣ୍ଟାମାଳ,(ଅକୃର ସାହୁ) : କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଦୌଲଥ ପାଣ୍ଡେ ଗୁରୁବାର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ପ୍ରତି ପରିବାରକୁ ଯାଇ ଲୋକଙ୍କ ସହ ସୁଖ ଦୁଃଖ ଆଲୋଚନା କରିଥିଲେ । ନିଜଘରେ ସରପଞ୍ଚଙ୍କ ଉପସ୍ଥିତି ଦେଖି ମହିଳାମାନେ ବନ୍ଦାପନା କରିବା ସହ ସମସ୍ତଙ୍କ ସୁଖଦୁଃଖ ବୁଝିବାକୁ ପରାମର୍ଶ ଦେଇଥିଲେ । ଫଟାମୁଣ୍ତା ଗ୍ରାମର ଖଗପତି ଠେଲା ଏକ ସଡକ ଦୁର୍ଘଟଣାରେ ଆତହ ହୋଇ ଚିକିତ୍ସିତ ହେଉ ଥିବାର ଖବର ପାଇ ତାଙ୍କୁ ସାକ୍ଷାତ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନବ ନିର୍ବାଚିତ ସରପଞ୍ଚଙ୍କ ଏତାଦୃଶ ମହାନତାକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।