-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
26-Feb-2022
ସୁବର୍ଣ୍ଣପୁର/ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ର ୨ନମ୍ବର ରାଉଣ୍ଡ ପରେ ସୁବର୍ଣ୍ଣପୁର ଜ଼ିଲ୍ଲା ସମସ୍ତ ୬ଟି ଯାକ ବ୍ଲକ ରେ ବିଜୁ ଜନତା ଦଳ ର ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ମାନେ ବହୁ ଭୋଟ ରେ ଆଗରେ ଥିବା ବେଳେ ସୋନପୁର ବ୍ଲକ ର ୧ ନମ୍ବର ଜୋନ ରେ ବିଜେଡି ପାର୍ଥି ବିଜେପି ପ୍ରାର୍ଥୀ ଙ୍କ ଠାରୁ ୮୧୪ ଭୋଟ ଆଗରେ, ବିଏମ ପୂର ବ୍ଲକ ର ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀ ଙ୍କ ଠାରୁ ୧୫୧୯ ଭୋଟ ଆଗରେ, ଉଲୁଣ୍ଡା ବ୍ଲକ ର ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ୯୩୧ ଆଗରେ, ଡୁଙ୍ଗୁରିପାଲି ବ୍ଲକ ର ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ୧୩୦୦ ଭୋଟ ଆଗରେ, ତରଭା ବ୍ଲକ ର ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ୧୪୮୬ଭୋଟ ଆଗରେ, ଏବଂ ବିନିକା ବ୍ଲକ ର ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଙ୍କ ଠାରୁ ୬୦୭ଭୋଟ ରେ ଆଗୁଆ ଥିବା ସୂଚନା ମିଳିଛି l ବର୍ତମାନ ମିଳିଥିବା ଖବର ରୁ ଜଣାଯାଇଛି ଯେ ୩ ନମ୍ବର ରାଉଣ୍ଡ ରେ ବି ଏମ ବ୍ଲକ ରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସମାନ ସ୍ଥିତି ରେ ରହିଛି l