-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
18-Feb-2022
ବରଗଡ(ନିରଞ୍ଜନ ତ୍ରିପାଠୀ) -ବରଗଡ ଜିଲ୍ଲା ସୋହେଲା ବ୍ଳକର ମରେକେଲ ଗ୍ରାମର ନାରାୟଣ ଡନସେନା ।ପେଶାରେ ସେ ଜଣେ କ୍ଷୁଦ୍ର ଚାଷୀ । ଚାଷ ଉପରେ ନିର୍ଭର କରି ତାଙ୍କ ପରିବାର ପୋଷଣ କରିଥାନ୍ତି । ଚଳିତ ରବି ଋତୁରେ ଅଢେଇଏକର ଜମିରେ ଧାନ ଚାଷ କରିଛନ୍ତି ନାରାୟଣ ।ହେଲେ କିଏ ଜାଣିଥିଲା ଚଳିତ ନିର୍ବାଚନରେ ସେ ନିର୍ବାଚନୀ ହିଂସାର ଶିକାର ହେବେ ଵୋଲି ।ସେ ଏହି ନିର୍ବାଚନରେ ଜଣେ ସରପଞ୍ଚଙ୍କ ସହଯୋଗୀ ହୋଇଥିଵାରୁ ରାଜନୈତିକ ଆକ୍ରୋଶ ନେଇ ତାଙ୍କ ଜମିରେ ଥିବା ପାତାଲବୋରିଙ୍ଗକୁ ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ।ଆଗରୁ କେବେ ମଧ୍ୟ ଏହି ଅଞ୍ଚଳରେ ଏମିତି ଘଟଣା ଘଟିନ ଥିଲା । ଚାଷ ଉପରେ ନିର୍ଭର କରୁଥିବା ଚାଷୀ ଏବେ ନିରୁପାୟ ।ତାଙ୍କ ବିଲରେ ଥିବା ପାତାଲବୋରିଙ୍ଗ ର
ମୋଟର,କେବୁଲ ,ଟ୍ୟୁଚନକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି କିଛି ଖଳ ପ୍ରକୃତିର ଲୋକ ।ଘଟଣାଟି ରାତ୍ରୀସମୟରେ ଘଟିଛି ସକାଳୁ ସକାଳୁ ନାରାୟଣ ଜମିକୁ ଆସି ଏହା ଦେଖିଥିଲେ ।ଏବେ ଚାଷରେ ଖର୍ଚ୍ଚ କରିସାରିଥିଵା ନାରାୟଣ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ।ସରକାରୀ ସ୍ତରରେ ନାରାୟଣଙ୍କୁ ସହଯୋଗ ମିଳିଲେ ଉପକୃତ ହେବେ ବୋଲି ଗୁହାରି କରିଛନ୍ତି