-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ବଲାଙ୍ଗିର,(ପ୍ରେରଣା ଖବର)-ଦେଶବାସୀଙ୍କ ପାଇଁ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ଥିଲା ସ୍ୱରାଜ । ଉଦ୍ଦେଶ୍ୟ ଥିଲା ଏ ଦେଶର ଗାଁ ମାନଙ୍କର ବିକାଶ । ବିକାଶ ମାଧ୍ୟମରେ ଲୋକେ ସ୍ୱାବଲମ୍ବି ହେବେ, ପଞ୍ଚାୟତ ହେବ ଦୁର୍ନିତି ମୁକ୍ତ, ଲୋକେ ନିଜ ଅଂଚଳର ଶାସନ ଡୋର ନିଜ ହାତକୁ ନେଇ ନିଜେ ଶାସନ କରିବେ । ତାଫଳରେ ଗାଁ ହେବ ବଳିଷ୍ଠ, ଗାଁ ହେବ ଦୁର୍ନିତି ମୁକ୍ତ । କିନ୍ତୁ ବର୍ତ୍ତମାନର ଶାସନତନ୍ତ୍ରରେ ତ୍ରିସ୍ତରିୟ ପଞ୍ଚୟତିରାଜ ବ୍ୟବସ୍ଥା ରେ ଦୁର୍ନିତି ଏତେ ପରିମାଣରେ ବ୍ୟପି ଗଲାଣି ଯେ ଅଂଚଳର ବିକାଶ ପାଇଁ ଆସୁଥିବା ଅନୁଦାନର ସିଂହଭାଗକୁ ଦୁର୍ନିତିଖୋରମାନେ ଲୁଟି ଖାଇ ଯାଉଛନ୍ତି । ଏଣୁ ଏହି ଦୁର୍ନିତିଖୋରଙ୍କ ଠାରୁ ମାଁ ମାଟିର ଭବିଷ୍ୟତକୁ ରକ୍ଷା କରିବା ତଥା ଏକ ଦୁର୍ନିତିମୁକ୍ତ ପଞ୍ଚାୟତ ଓ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ପ୍ରାଥିନୀ ମୁକ୍ତାଦେଇ ତାଣ୍ଡିଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ସମୟରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଜନତାଙ୍କୁ ନିବେଦନ କରିଛନ୍ତି । ଆଜି ଦେଓଗାଁ ବ୍ଲକ ୧୩ ନଂ ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କ ସହ କୁଲତାପଡା, ଅର୍ଜୁନପୁର, ଗୁଡଖାପଲା, ବଡବାହାଲ,
ଗୌରଗୋଠ, ରତାଖଣ୍ଡି ଇତ୍ୟାଦି ଗ୍ରାମରେ ଲୋକଙ୍କୁ ହାତ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିବା ସମୟରେ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଧାନକିଣା ହେଉ କି ଆବାସ ଯୋଜନା ସବୁଥିରେ ଦୁର୍ନିତି ଚରମ ସୀମାରେ ପହଞ୍ଚିଲାଣି । ଅଯୋଗ୍ୟ ଓ ଦୁର୍ନିତିଖୋର ଲୋକ ନିାର୍ବଚିତ ହେବା, ପ୍ରଶାସନିକ ସିଥିଳତା ଓ ଦୁର୍ନିତି ଯୋଗୁଁ ଗାଁ କୁ ବିକାଶ ପହଞ୍ଚି ପାରୁ ନାହିଁ । ତେଣୁ ଲୋକେ ସଚେତନ ହୁଅନ୍ତୁ, ଏଥର କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦିଅନ୍ତୁ । ଦେଖିବେ ଆପଣଙ୍କ ଗାଁ, ପଞ୍ଚାୟତରେ ନିଶ୍ଚୟ ଉନ୍ନତି ହେବ ବୋଲି ଶ୍ରୀ ମିଶ୍ର ଲୋକଙ୍କୁ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ସେବା ଦଲ ମୂଖ୍ୟ ଅସିତ ମିଶ୍ର, ଲୁନା ସାହୁ, କୁନା ସାହୁ, ପୁର୍ବତନ ବ୍ଲକ ଅଧ୍ୟକ୍ଷ କୈଳାସ ତାଣ୍ଡି, ଦଲିତ ନେତା ମନବୋଧ ହରପାଲ, ଛାତ୍ର କଂଗ୍ରେସର ଅଙ୍କିତ ସାହୁ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।