-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
13-Feb-2022
ବଲାଙ୍ଗିର (ମଳୟ ମିଶ୍ର): ବଲାଙ୍ଗିର ଜିଲ୍ଲା ଟାଇକୋଣ୍ଡୋ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ପି.ପି. ଏକାଡେମି ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୱେଷ୍ଟ ଜୋନ ଟାଇକୋଣ୍ଡୋ ଚାମ୍ପିଏନସିପ ର କୃତୀ ପ୍ରତିଯୋଗୀ ତଥା ସର୍ବ ଭାରତୀୟ କରାଟେ ପ୍ରତିଯୋଗିତାର କୃତୀ ପ୍ରତିଯୋଗି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଲ ଚଞ୍ଚଲ ରାଣା ଓ ସମ୍ମାନନୀୟ ଅତିଥି ଭାବେ ସମ୍ବାଦ ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଂଘର ସମ୍ପାଦକ ତଥା କୋଚ ଅସିମ କୁମାର ଭୋଇ ସଂଗଠନ ବିଷୟରେ ସୂଚନା ଦେଇଥିଲେ । ସଭାପତି ଶ୍ରୀକର ମିଶ୍ର ଅନୁଷ୍ଠାନର ଭିତ୍ତିିଭୂମି ଉପରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଲ ଶ୍ରୀ ରlଣା ବକ୍ତବ୍ୟରେ କହିଥିଲେ ଯେ ଗତ ଦେଢ ବର୍ଷ ହେବ ଅସୀମ ଭୋଇଙ୍କ କାର୍ଯ୍ୟକଳାପକୁ ନଜର ରଖିଛନ୍ତି ଓ ସମସ୍ତ କାର୍ଯ୍ୟ ପ୍ରଶଂସନୀୟ । ପ୍ରୟାସ ଜାରି ରହୁ , ଏହି ସଂଗଠନ ଦେଖିଥିବା ସ୍ୱପ୍ନଟି ଆଗାମୀ ଦିନରେ ନିଶ୍ଚିତ ଭାବେ ସାକାର ହେବ ବୋଲି କହିଥିଲେ । ସମ୍ମାନନୀୟ ଅତିଥି ଶ୍ରୀ ଅରବିନ୍ଦ ଦାସ କହିଥିଲେ, ଆଜି ଦିନରେ ପାଠପଢା ସଙ୍ଗେ ଖେଳର ବି ଆବଶ୍ୟକତା ରହିଛି । ଏହି ଅନୁଷ୍ଠାନ ପାଇଁ ଭିତ୍ତିଭୁମି ହୋଇପାରିଲେ ଛାତ୍ରଛାତ୍ରୀ ଆହୁରି ଆଗକୁ ଯାଇ ପାରିବେ । ଆଗାମୀ ଦିନରେ ଅନୁଷ୍ଠାନ ଆହୁରି ଆଗକୁ ଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ମନପ୍ରିତ କୌର ପରିଚାଳନା କରିଥିଲେ l