-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
08-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଳକ ରେ ଯାଉଥିବା ବରଭଟା ଗ୍ରାମ ପଡିଆ ଠାରେ ଆୟୋଜିତ ବିନ୍ଧ୍ୟବାସିନୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଟି ଡଙ୍ଗାଘାଟ ଫୁଟବଲ ଟିମ୍ ସହ କୁଦୋଗୁଡା ଫୁଟବଲ ଟିମ୍ ସହ ବହୁ ରୋଚକ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇ ଶେଷରେ ଡଙ୍ଗାଘାଟ ଦଳ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା ।ଖେଳ କୁ ସୁପରିଚାଳନା ପାଇଁ ରେଫରୀ ଭାବେ ସୁନାମଧନ୍ୟ ଖେଳ ଶିକ୍ଷକ କ୍ଷୀରସିନ୍ଧୁ ବେହେରା,ଦିପକ ରାଜହଂସ, ଦେବେନ୍ଦ୍ର ଥନାପତି,ନାଗ ଦାନୀ , ସୁଜିତ ରାଜହଂସ ।ଏହି ଟୁର୍ଣ୍ଣାମେଣ୍ଟ ଆୟୋଜକ ମାନଙ୍କ ନିମନ୍ତ୍ରଣ କ୍ରମେ ପଦ୍ମପୁର ଅଞ୍ଚଳ ର ଉଦୀୟମାନ ଯୁବନେତା ଭୋଜରାଜ ସିଂ ବରିହା ଯୋଗଦାନ କରି ଖେଳାଳି ମାନଙ୍କ ମନୋବଳ ବଢ଼ାଇବା ସଙ୍ଗେ ସଙ୍ଗେ ଶରୀର ପାଇଁ ଖେଳ ର ଆବଶ୍ୟକତା ନିହାତି ଜରୁରୀ ଅଟେ ।ମାନବ ଖେଳକୁ ଆପଣାଇଲେ,ଶରୀର ସୁସ୍ଥତା ଆସିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସର୍ବଶ୍ରୀ:-ତୁଲାରାମ ଲୁହାର ଯୋଗଦେଇ ଆୟୋଜକ ତଥା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ଉଭୟ ଅତିଥି ବିଜୟୀ ଦଳ ତଥା ପରାଜିତ ଦଳ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।