-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||      ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   (07-Oct-2026)       ||      ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା    (07-Oct-2026)       ||      ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   (07-Oct-2026)       ||      ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   (07-Oct-2026)       ||      ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   (07-Oct-2026)       ||      ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   (07-Oct-2026)       ||      ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   (07-Oct-2026)       ||      _ଭୀମଟାଙ୍ଗିରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ   (07-Oct-2026)       ||      କୁଶଙ୍ଗାଇ ପୀଠରେ ଷୋହଳ ପୂଜା ଆରମ୍ଭ   (07-Oct-2026)       ||      ସେବା, ସ୍ୱାସ୍ଥ୍ୟ, ବନ୍ଧୁତାର ମନ୍ତ୍ର - ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀରରେ ଯୁବ ରେଡକ୍ରସର ମହାମନ୍ଥନ   (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ   (07-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସରେ ‘ବିଲ୍ ଖେଳ’! ନୂଆ ସ୍ଥାନରେ ଯୋଗଦାନ ପରେ ପୁଣି ପୁରୁଣା ଚେୟାରର ମୋହ; ବ୍ୟାକ୍‌ ଡେଟ୍‌ରେ ବିଲ୍‌ ଦସ୍ତଖତ କରି ‘ପିସି’ ଆଦାୟ ଅଭିଯୋଗ ରିଲିଭ୍‌ ଓ ଜଏନିଂ ତାରିଖ ସହ MB-ବିଲ୍‌ ରେକର୍ଡ ମେଳ କରିବାକୁ ଦାବି; ତଦନ୍ତ ହେଲେ ଖୋଲିପାରେ ଗୁମର   (06-Oct-2026)       ||      ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି   (06-Oct-2026)       ||      ବଦଳି ପରେ ବି ପୁରୁଣା ଅଫିସର ବିଲ୍‌ରେ ଦସ୍ତଖତ!କଟକ ପୂର୍ତ୍ତ ବିଭାଗରେ ଅନିୟମିତତା ଅଭିଯୋଗ, ବ୍ୟାକ୍‌ ଡେଟ୍‌ରେ ବିଲ୍‌ ପାସ୍‌ କରି ‘ପିସି’ ଆଦାୟ ନେଇ ଚର୍ଚ୍ଚା   (06-Oct-2026)       ||      ହାଇଦ୍ରାବାଦ୍ ରେ ଓସାକା ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟଘାଟ ଆୟୋଜିତ   (06-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗିର : କଫସିରପ୍ ଚାଲାଣରେ ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ପରି ଏନ୍ ଡି ପି ଏସ୍ ରେ ବୁକ୍ କରୁନି ପୋଲିସ

07-Feb-2022



ବଲାଙ୍ଗୀର ବା ସୁବର୍ଣ୍ଣପୁର ଜିଲ୍ଲାରେ ବ୍ୟାପକ କଫସିରପ୍ କାରବାର ଅବ୍ୟାହତ ରହିଆସିଛି । ବାରମ୍ବାର ବିପୁଳ ପରିମାଣରେ ଏହା ଜବତ କରାଯାଉଥିଲେ ହେଁ , କମିବାର ନାଁ' ଧରୁନାଇଁ । ସେଇ ଦାଗୀ ଚୋରାଚାଲାଣକାରୀମାନେ ଏହା କରିଆସୁଛନ୍ତି । ଏପରିକି ଧରାପଡି ଜେଲ୍ ଯିବାପରେ ଜାମିନ୍ ବା କୌଣସି ଆଳରେ ଛୁଟିରେ ଆସି ପୁଣି ଏଇ କାରବାର କରୁଛନ୍ତି । ଏଇ ଅଳ୍ପଦିନତଳେ ପଥରଚେପାଠାରେ ବଲାଙ୍ଗୀର ପୁଲିସ୍ ହାତରେ ୫ ହଜାର ଶିଶିରୁ ଅଧିକ କଫସିରପ୍ ଭର୍ତ୍ତି ଏକ ହାଫଟନ୍ ଗାଡି ସହ ରାଞ୍ଚିରୁ ବଲାଙ୍ଗୀରକୁ ଆଣୁଥିବାବେଳେ ପୂର୍ବରୁ ପୁଲିସ୍ ସ୍କାନର୍ ରେ ଥିବା ଲରମ୍ଭାଥାନା ଅନ୍ତର୍ଗତ ଲୁହାସିଂହାର ଗୋଲୁ ଓରଫ ଲକ୍ଷ୍ମୀ ନାରାୟଣ ଅଗ୍ରବାଲ୍ ଦୁଇଜଣ ସହଯୋଗୀଙ୍କ ସହ ଧରାପଡିଛି । ସେ ଏହା ପୂର୍ବରୁ ଏଇ କଫସିରପ୍ ଚାଲାଣରେ ଗିରଫ ହୋଇ ଜେଲ୍ ଯାଇଥିଲା ଓ ମେଡିକାଲ ଗ୍ରାଉଣ୍ଡ୍ ରେ ଛୁଟିରେ ଆସିଥିଲା । ତେବେ ଗୋଲୁର ପ୍ରାୟ ପ୍ରତି ସପ୍ତାହରେ ଝାଡଖଣ୍ଡ , ଭୁବନେଶ୍ବର , କଟକ , ଆନ୍ଧ୍ରପ୍ରଦେଶ ଓ ବିଭିନ୍ନ ଆଡୁ ଅନ୍ତତଃ ଗୋଟିଏ ଗାଡି କଫସିରପ୍ ଆସିଥାଏ ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ ।

ଏହାର କିଛିଦିନପରେ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା - ଜୁରିଆ ରାସ୍ତାରେ ୧୫୦ ଶିଶି କଫସିରପ୍ ଆଣୁଥିବାବେଳେ ଏକ ବାଇକ୍ ସହ ଧଣ୍ଡାମୁଣ୍ଡାର ଜଣେ ଯୁବକ ପୁଲିସ୍ ହାତରେ ଧରାପଡିଛି । 
ଏହା ପୂର୍ବରୁ ଧଣ୍ଡାମୁଣ୍ଡାର ଦୁଇଭାଇ କୋମନା ପୁଲିସ୍ ହାତରେ କଫସିରପ୍ ଚାଲାଣରେ ଗିରଫ ହୋଇଥିଲେ । ଏଇ କିଛିଦିନପୂର୍ବରୁ ତୁରେକେଲା ଓ କଣ୍ଟାବାଞ୍ଜି ପୁଲିସ୍ ହାତରେ ଆନ୍ଧ୍ରପ୍ରଦେଶର ଏକ କଫସିରପ୍ ଭର୍ତ୍ତି ମିନିଟ୍ରକ୍  ଧରାପଡିଥିଲା । ତାପରେ ବେଲପଡା ପୁଲିସ୍ ସେହି ଘଟଣାର ଜଣେ ଫେରାର୍ ଆସାମୀ ସହିତ ଆଉ କେତେଜଣଙ୍କୁ ଗିରଫ କରିବା ସହ କଫସିରପ୍ ଜବତ କରିଥିଲା । 

ଅପରତଃ ସୋନପୁର ରାସ୍ତାରେ କିଛିଦିନ ଅନ୍ତରରେ ଅନେକଥର କଫସିରପ୍ ଗାଡି ଜବତ ହୋଇଆସୁଛି । ବଲାଙ୍ଗୀରର ସାନନେଗୀ ନାମକ ଜଣେ କୁଖ୍ୟାତ କଫସିରପ୍ ଚାଲାଣକାରୀ ଓ ତା'ର ଗ୍ୟାଙ୍ଗ୍ ର ସଦସ୍ୟଙ୍କୁ ବଲାଙ୍ଗୀର ଓ ପୁଇଁତଳା ପୁଲିସ୍ ଏକାଧିକବାର ଧରିଛି ।  କେବଳ ଏତିକି ନୁହେଁ , ପାଟଣାଗଡ , ବେଲପଡା ଓ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବ୍ୟାପକ ଭାବେ ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହା ବ୍ୟାପି ଗଲାଣି । ଏଥିପାଇଁ କିଛିବର୍ଷ ତଳେ ସୋନପୁରର ଜଣେ ବରିଷ୍ଠ ଡାକ୍ତର ବନାମ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟଅଧିକାରୀ ଡ. ଦୁର୍ବାଦଳ ମିଶ୍ରଙ୍କୁ ତାଙ୍କ ଘର ସାମନାରେ ନିଶାସକ୍ତ ଯୁବକମାନେ ଗଳାକାଟି ହତ୍ୟା କରିଦେଇଥିଲେ ।  ଦୁଇବର୍ଷ ତଳେ ବଲାଙ୍ଗୀରରେ ରେଳଷ୍ଟେସନ ରାସ୍ତାରେ ' ସମାଜ ' ର ଜଣେ ପ୍ରସାର ଅଧିକାରୀ ବା ଗଣମାଧ୍ୟମ କର୍ମଚାରୀଙ୍କୁ ରାତିରେ ନିଶାସକ୍ତ ବସ୍ତିବାସିନ୍ଦା ଯୁବକମାନେ ସର୍ଜିକାଲ୍ ଛୁରୀରେ ଭୁଷି ରାସ୍ତାଉପରୁ ବୁଦାକୁ ଟାଣିନେଇ ଦୁଇ ତିନିଶହ ଟଙ୍କା ପାଇଁ ହତ୍ୟା କରିଦେଇଥିଲେ ।

ଏଇ କଫସିରପ୍ ଯୋଗୁଁ ଯୁବଗୋଷ୍ଠୀ ନିଶାସକ୍ତ ହୋଇପଡି ନାନାଦି ଅପରାଧ ଘଟାଉଛନ୍ତି ।  ତେବେ ବାରମ୍ବାର ଏହାକୁ ପୁଲିସ୍ ଓ ଅବକାରୀବିଭାଗ ପକ୍ଷରୁ ଧରପଗଡ ଚାଲିଆସୁଥିବା ବେଳେ କିପରି ଓ କାହିଁକି , ଏହା କମୁନାହିଁ , ଚିନ୍ତାଜନକ ବିଷୟ ।

ନିକଟରେ ଭୁବନେଶ୍ବରରେ ଅବକାରୀ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ କଣ୍ଟ୍ରୋଲ୍ ରୁମ୍ ଖୋଲିବାର ଓ ପୁଲିସ୍ ସହଯୋଗରେ ମଦ , ଗଞ୍ଜେଇ , କଫସିରପ୍ ସହ ନିଶାଦ୍ରବ୍ଯର ବ୍ୟାପକ ଚଢାଉ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ଏହି କଫସିରପ୍ କଣ , କେଉଁଠୁ ଆସୁଛି , କେଉଁଠି ତିଆରି ହେଉଛି ଓ କେଉଁ କେଉଁଠି ଏହା ବ୍ୟବହାର କରାଯାଉଛି , ଏହା ଜାଣିବା ନିହାତି ଜରୁରୀ । କିଛିଦିନତଳେ ବଲାଙ୍ଗୀର ହାତୀଶାଳପଡାରେ ଏକ ଦମ୍ପତି ଏହାର ପେଗ୍ ବନାଇ ବିକ୍ରି କରି ଧରାପଡିଥିଲେ । ଗଳି ଗଳି , ଛକ , ଦୋକାନବଜାର ପଛପଟ , ବସ୍ ଷ୍ଟାଣ୍ଡ୍ , ରେଳଷ୍ଟେସନ ଓ ଅନ୍ୟାନ୍ୟ ଜାଗାରେ ଦିନରାତି  ଏହାର ଆଡ୍ଡା ଜମୁଛି ।

କୁହାଯାଉଛି ଯେ , ଥଣ୍ଡା ବା କଫ ପାଇଁ ଔଷଧ ରୂପେ ବ୍ୟବହାର କରାଯାଉଥିବା ଏହି ନିଶାଔଷଧଟିର ଏବେ 'ଏସ୍ କଫ୍ ' ଓ ଅନ୍ୟାନ୍ୟ ନାଁ'ରେ  ଅଧିକ ନିଶାର ବଟିକା ମିଶାଯାଇ ଅପମିଶ୍ରିତ କଫସିରପ୍ ତିଆରି କରାଯାଉଛି । ଏହାର କାରଖାନା ଝାଡଖଣ୍ଡ , ଛତିଶଗଡ , ଆନ୍ଧ୍ରପ୍ରଦେଶ , କଟକ , ପଶ୍ଚିମବଙ୍ଗ ଆଡେ ରହିଛି । ବଲାଙ୍ଗୀର , ସୋନପୁର , ବରଗଡ , ସମ୍ବଲପୁର ଆଦି ଜିଲ୍ଲାକୁ ଏହା ଚୋରାଚାଲାଣ କରାଯାଇଆସୁଛି । ସବୁଠାରୁ ଚିନ୍ତାଜନକ ବିଷୟ ଯେ ଏହି ମାରାତ୍ମକ ନିଶାଔଷଧର ଚୋରାଚାଲାଣରେ ଅସାଧୁ ପୁଲିସ୍ , ଅବକାରୀ ବିଭାଗର ଧରପଗଡକାରୀ କର୍ମଚାରୀମାନେ ସାମିଲ୍ ରହୁଛନ୍ତି ।

କିଛିଦିନ ତଳର ଅବକାରୀବିଭାଗର ରାଜ୍ୟବୈଠକରେ ଅନ୍ୟାନ୍ୟ ନିଶାଦ୍ରବ୍ଯ ସହିତ  ପାଞ୍ଚଶହ ଲିଟରରୁ ଅଧିକ କଫସିରପ୍ ମଧ୍ୟ ଜବତ କରାଯାଇଥିବାର ସୂଚନା ଦିଆଯାଇଥିଲା । ତେବେ ଅବକାରୀ ବିଭାଗରେ ଏହି କଫସିରପ୍ ଚୋରାଚାଲାଣ ଅଭିଯୁକ୍ତଙ୍କୁ ଏନ ଡି ପି ଏସ୍ ରେ ବୁକ୍ କରାଯାଉଥିବାବେଳେ , ବଲାଙ୍ଗୀରରେ ଏହା ଧରୁଥିବା ପୁଲିସ୍ ଏଥିରେ ଏନ ଡିପିଏସ ବଦଳରେ ୧୭୪ , ୧୭୫ ଦଫାରେ ମାମଲା ଋଜୁ କରୁଥିବା କୁହାଯାଇଛି । ଯଦିଓ ଉପରୋକ୍ତ ଦଫାରେ ମଧ୍ୟ ଆଜୀବନ କାରାଦଣ୍ଡ ସହିତ ଜାମିନ ମିଳିବାରେ ଏହା ସେତେ ସହଜସାଧ୍ୟ ନୁହେଁ , ତଥାପି କାହିଁକି ଅବକାରୀ ବିଭାଗ ପରି ସେମାନେ ଏନଡିପିଏସ୍ ରେ ବୁକ୍ କରାଯାଉନାହିଁ , ସମୀକ୍ଷାସାପେକ୍ଷ । ସମ୍ଭବତଃ ଏହି କାରଣଯୋଗୁଁ ଅଭିଯୁକ୍ତଙ୍କୁ ଜାମିନରେ ଆସିବାକୁ ସହଜ ହେଉଛି ଓ ସେମାନେ ଧରାପଡି ମଧ୍ୟ ପୁଣି ବାହାରକୁ ଆସି ବାରମ୍ବାର ଏହା କରିଆସୁଛନ୍ତି ବୋଲି କୁହାଯାଉଛି ।

(ମଳୟ ମିଶ୍ରଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   07-Oct-2026
  ଜିଲ୍ଲା  
ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   07-Oct-2026
  ଜିଲ୍ଲା  
ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   07-Oct-2026
  ଜିଲ୍ଲା  
ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ସାଇପାଲିରେ ‘ସେବା ସଂକଳ୍ପ’ର ସ୍ୱାସ୍ଥ୍ୟ ସେବା ମେଗା ଶିବିର   07-Oct-2026
  ଜିଲ୍ଲା  
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଦାବିରେ ଏସ ୟୁ ସି ଆଇ (ସି) ର ପଥପ୍ରାନ୍ତ ସଭା   07-Oct-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ବିଜେଡି କର୍ମୀଙ୍କ ପରଲୋକ   07-Oct-2026
  ଜିଲ୍ଲା  
ବିଶ୍ୱବିଦ୍ୟାଳୟସ୍ତରୀୟ ପ୍ରାକ୍-ଗଣତନ୍ତ୍ର ଦିବସ ପ୍ୟାରେଡ୍ ମନୋନୟନ ଶିବିର ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କେନ୍ଦ୍ର, ବରଗଡ଼ ତରଫରୁ ପେନସନର୍ସ ମିଟ ଆୟୋଜିତ   07-Oct-2026
  ଜିଲ୍ଲା  
ଜଲଜଡ଼ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ   07-Oct-2026
  ଜିଲ୍ଲା  
ଫୁଲମୁଠିର ଓଡ଼ିଆ ଶିଳ୍ପୀ ଅଶୋକଙ୍କୁ ରାଷ୍ଟ୍ରୀୟ ଯୁବ କଳାରତ୍ନ ସମ୍ମାନ   07-Oct-2026

You Might Also Like