-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ଗଞ୍ଜାମ // ଗତକାଲି ମଧ୍ୟରାତ୍ରି ସମୟରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଚାରିମାଇଲି ଛକ ବିଶ୍ରାମ ଗାର ଭିତରେ କିଛି ଅସାମାଜିକ ବ୍ୟକ୍ତି ଅସ୍ତ୍ର ଶସ୍ତ୍ର ରଖି ଡକାୟତି ଯୋଜନା କରୁଥିବା ଖବର ପାଇ ଆସିକା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରିଥିଲା l ଘଟଣା ସ୍ଥଳରୁ ଜଣେ ଅଭିଯୁକ୍ତ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଚାରି
ଜଣକୁ ଗିରଫ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଚାରୋଟି ପିସ୍ତଲ, ଷୋହଳ ରାଉଣ୍ଡ ଗୁଳି, ଦୁଇଟି ଖଣ୍ଡା,ଆଠ ଟି ଜୀବନ୍ତ ବୋମା ସହ ଦୁଇଟି ବାଇକ ଜବତ କରିଛି ପୋଲିସ l ଏହି ଡକାୟତି ଗ୍ୟାଙ୍ଗ ଅଞ୍ଚଳର ଗୋଟିଏ ସୁନା ଦୋକାନ ରୁ ଡକାୟତି ଯୋଜନା କରୁଥିଲେ l ଏହି ଗ୍ୟାଙ୍ଗ ରେ ଆଉ କିଏ କିଏ ସପୃକ୍ତ ଅଛନ୍ତି ଓ ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଆଉ କେହୁଁ ଅପରାଧିକ ମାମଲା ରହିଛି କି ନାହିଁ ତାହାରି ତଦନ୍ତ କରୁଛି ପୋଲିସ l