-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ପଦ୍ମପୁର:- ବରଗଡ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ପାଇକମାଳ ବ୍ଲକ ର ବିଭିନ୍ନ ସମ୍ବେଦନଶୀଳ ବୁଥ ବୁଲି ଦେଖିଥିଲେ । ପୋଲିସ ପକ୍ଷରୁ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ପାଇକମାଲ, ମାଣ୍ତୋସିଲ, ଜାମସେଠ, ବରତୁଣ୍ତା, ଛିନ୍ଦେଇକେଲା ଆଦି ଗ୍ରାମମାନଙ୍କରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ରବିବାର ଝାରବନ୍ଧ, କେରେମେଲାବାହଲ, ପଲସଦା ଆଦି ଗ୍ରାମମାନଙ୍କରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ସୋମବାର ଅପରାହ୍ନରେ ପାଇକମାଲ ଥାନା ପରିସର ରେ ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀରେ ପାଇକମାଲ ବି.ଡି.ଓ ଉପାଞ୍ଜଳୀ ମାଝି ଙ୍କ ସହିତ ଷ୍ଟ୍ରଙ୍ଗରୁମ ବୁଲି ଦେଖିବା ସହ ପୋଲିଙ୍ଗ ଦଳମାନେ କିପରି ଠିକ ଭାବେ ପହଞ୍ଚି ପାରିବେ ସେ ନେଇ ଆଲୋଚନା କରିଛନ୍ତି। ପାଇକମାଲ ଭୁଲିଆବନ୍ଧ ଠାରେ ଗତ ସପ୍ତାହରେ ଭୋଟ ବର୍ଜନକୁ ନେଇ ଲଗାଯାଇଥିବା ମାଓ ବ୍ୟାନର କୁ ନେଇ ସାମ୍ବାଦିକ ମାନେ ପ୍ରଶ୍ନ ଉତ୍ତର ରେ ଶ୍ରୀମାନ ଜୈନ ଜନସାଧାରଣ ଭୟଭିତ ନହୋଇ ନିଜ ମତାଧିକାର ସାବ୍ୟସ୍ତ କରିବାକୁ କହିଥିଲେ ।