-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ବଲାଙ୍ଗିର,(ପ୍ରେରଣା ଖବର)- ବୃତ୍ତିଗତ କର୍ମରେ ସାମ୍ବାଦିକ ସବୁବେଳେ ଅସୁରକ୍ଷିତ । ଜୀବନ ଓ ଜୀବିକାର ଅସୁରକ୍ଷିତତା ଭିତରେ ଗତ ଶନିବାର ଦିନ କାମ କରୁକରୁ ସହିଦ ହୋଇଯାଇଛନ୍ତି କଳାହାଣ୍ଡି ଜିଲ୍ଲାର ମୋହନଗିରିର ଧରିତ୍ରୀ ପ୍ରତିନିଧି ରୋହିତ ବିଶ୍ୱାଳ । ମାଓବାଦିଙ୍କ ପୋଷ୍ଟର ମାରିବା ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ଜୀବନ ହାରିଛନ୍ତି ସେ । ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ଆଜି ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗିର ପକ୍ଷରୁ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ସାଧାରଣ ସମ୍ପାଦକ ବଳରାମ ମିଶ୍ର, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନିଲ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥି, ନବୀନ ପଶାୟତ, ବିରେନ୍ଦ୍ର ଝାଙ୍କର, ପାର୍ଥ ମହାପାତ୍ର,ସନ୍ଦିପ କୁମାର କୁଅଁର,ଗୋପାଳ ପ୍ରଧାନ, ବିଭୁକଲ୍ୟାଣ ଗଡତ୍ୟା, ଅଭିଲାଷ ହୋତା, ସୁଶାନ୍ତ ବାରିକ, ମୁକେଶ ବହିଦାର, ଶ୍ରୀବାସ କୁମାର ନାୟକ, ରଶ୍ମିରଂଜନ ଖମାରୀ, ଦିଲିପ କୁମାର ନାୟକ, ଗୁପ୍ତେଶ୍ୱର ପୁଷ୍ଟି, ମୁନା ଗୌଡ, ପ୍ରମୁଖ ସ୍ୱର୍ଗତ ସାମ୍ବାଦିକଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସାମ୍ବାଦିକଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଆଖି ମୁଜି ଦେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସରକାର ତୁରନ୍ତ ସ୍ୱର୍ଗତ ସାମ୍ବାଦିକଙ୍କୁ ସହିଦ ଘୋଷଣା କରି ତାଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସାହାର୍ଯ୍ୟ, ଦୁଇ ପୁଅ ଝିଅଙ୍କର ଶିକ୍ଷା ବ୍ୟବସ୍ଥା ଓ ତାଙ୍କ ବିଧବା ପତ୍ନିଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଜିଲ୍ଲା ସାମ୍ବାଦିକ ସଂଘ ବଲାଙ୍ଗିର ତରଫରୁ ଦାବି କରାଯାଇଛି ।