-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
07-Feb-2022
ବଲାଙ୍ଗିର, (ପ୍ରେରନା ଖବର)ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନିତ ବର୍ଷିୟାନ ସାହିତ୍ୟିକ ତଥା କୋସଲି ଅଭିଧାନ ଓ ପାଠ୍ୟ ପୁସ୍ତକର ରଚୟିତା ନରସିଂହ ପ୍ରସାଦ ଗୁରୁଙ୍କୁ ସଂସ୍କୃତ ପରିଷଦ ବଲାଙ୍ଗିର ତରଫରୁ ତାଙ୍କ ବାସଭବନରେ ପରିଷଦର କର୍ମକର୍ତ୍ତା ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ସାରସ୍ୱତ ସାଧନା ଅବ୍ୟାହତ ରହୁ ବୋଲି ଶୁଭ କାମନା କରିଥିଲେ । ପରିଷଦର ସଭାପତି ନାମଯଜ୍ଞ ମିଶ୍ର, ଉପ-ସଭାପତି ଅଚ୍ୟୁତାନନ୍ଦ ଉଦ୍ଗାତା, ସଂପାଦକ ଜୟରାମ ମିଶ୍ର, ପଣ୍ଡିତ ଟିକେଶ୍ୱର ଗୁରୁ, ଆଲ୍ଲାଦ ପୁଝାରୀ, ସତ୍ୟବନ୍ତ ବେଦବାକ, ଧର୍ମବ୍ରତ ରଥ, ବାବୁଲାଲ ମିଶ୍ର ତଥା ସରସ୍ୱତୀ ନନ୍ଦ ପ୍ରମୁଖ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ ।