-+91-9937148622 |
prerana_bgr@rediffmail.com |
Thursday 8th October 2026 |
R.N.I. Regd No. ODIODI/2010/46693
Breaking News
06-Feb-2022
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି | ଘଟଣାରୁ
ପ୍ରକାଶ ଯେ, ଦାରିଙ୍ଗବାଡି ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀ ଏକ ଘରୋଇ ଚିକିତ୍ସା ପାଇଁ ବିଶାଖାପାଟଣା ରୁ ବାଲିଗୁଡ଼ାକୁ ଏକ ହୋଣ୍ଡାଇ କାରରେ ଫେରୁଥିବା ବେଳେ ରବିବାର ପ୍ରତ୍ୟୁଷରେ କ.ନୂଆଗାଁ ବ୍ଲକ
ନିକଟସ୍ଥ ଏଫସିଆଇ ଗୋଦାମ ନିକଟରେ ହୋଣ୍ଡାଇ କାର୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା l ଘଟଣା ସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଧର୍ମପତ୍ନୀ ମଞ୍ଜୁଲତା ସାହୁ ଗୁରୁତର ଆହତ ହୋଇ ପ୍ରଥମେ ବାଲିଗୁଡା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି।