-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||      ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଏସିଡିସି ସମୀକ୍ଷା ବୈଠକ: ଉନ୍ନୟନ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା I ଉଚ୍ଚ ଅଧିକାରୀଙ୍କ ଅନୁପସ୍ଥିତି ଓ ପ୍ରକଳ୍ପ ତଦାରଖରେ ବିଳମ୍ବ ନେଇ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଅସନ୍ତୋଷ ପ୍ରକାଶ I   (07-Oct-2026)       ||      ସରକାର ମୁଖ୍ୟ ଭାବେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି *ସମ୍ବଲପୁରରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଓ ‘ସେବା ଜ୍ୟୋତି ଯାତ୍ରା’*   (07-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ "ସେବା ଜ୍ୟୋତି କଳସ ଯାତ୍ରା" ଅନୁଷ୍ଠିତ   (07-Oct-2026)       ||      ବୌଦ୍ଧରେ ବିକଶିତ ଭାରତ ସଂକଳ୍ପ ସଭା ଓ ସେବାଜ୍ୟୋତି ପଦଯାତ୍ରା ଅନୁଷ୍ଠିତ   (07-Oct-2026)       ||     

HOME   ଜିଲ୍ଲା

ସର୍ଗିପାଲିର ସ୍ନେହଲତା ଛତ୍ରୀଆ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣା- ୭ବର୍ଷ ପରେ ବି ଦାଖଲହୋଇନି ଚାର୍ଜସିଟ,ଷ୍ଟାଟସ ୍‌ରିପୋର୍ଟ ମାଗିଲେ ପୋକ୍ସୋକୋର୍ଟ

06-Feb-2022



ବଲାଙ୍ଗୀର,(ପ୍ରେରଣା ଖବର)-ରାଜ୍ୟର ବହୁଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ସର୍ଗିପାଲିଗାଁରେ ଗତ ୨୦୧୫ ମସିହାରେ ଘଟିଯାଇଥିବା ଦଳିତ ନାବାଳିକା ସ୍ନେହଲତା ଛତ୍ରୀଆ ଅପହରଣ,ଗଣଧର୍ଷଣ ଓ ହତ୍ୟାକାଣ୍ଡ ଘଟଣାର ୭ବର୍ଷ ପରେ ମଧ୍ୟ କୋର୍ଟରେ ଚାର୍ଜସିଟ ଦାଖଲ ହୋଇନାହିଁ । ଫଳରେ ତଦନ୍ତ ବାଟବଣା ହେଉଥିବା ଓ ଅଭିଯୁକ୍ତମାନଙ୍କୁ କୋହଳ ମନୋଭାବ ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହୋଇଆସୁଛି । ୭ବର୍ଷ ପରେ ମଧ୍ୟ ଚାର୍ଜସିଟ ଦାଖଲ ହୋଇନଥିବା କାରଣରୁ ମୃତ ସ୍ନେହଲତାର ବାପା ଆର୍ତ୍ତ ଛତ୍ରୀଆ ଓକିଲ ଦୀନେଶ ନାଗଙ୍କ ଜରିଆରେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋକୋର୍ଟରେ ତଦନ୍ତକାରୀ ସଂସ୍ଥା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରି ଆବେଦନ କରିଥିଲେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋକୋର୍ଟର ଜିଆର କେସ ନମ୍ବର ୨୧/୨୦୧୫ର ମାମଲାରେ ଗତ ଜାନୁୟାରୀ ମାସରେ ହୋଇଥିବା ଉକ୍ତ ଆବେଦନକୁ ଗ୍ରହଣ କରି ମାମଲାର ତଦନ୍ତକରୁଥିବା ରାଜ୍ୟ କ୍ରାଇମବ୍ରାଞ୍ଚକୁ ନୋଟିସ କରି ଆସନ୍ତା ଫେବୃୟାରୀ ୨୮ତାରିଖ ଭିତରେ ଏହି ମାମଲାର ତଦନ୍ତର ଷ୍ଟାଟସରିପୋର୍ଟ ସହିତ ତୁରନ୍ତ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଗତ ଜାନୁୟାରୀ ୩୧ ତାରିଖରେ ହୋଇଥିବା ଉକ୍ତ କୋର୍ଟ ନିର୍ଦ୍ଦେଶ ପରେ ଚାପିହୋଇ ପଡିରହିଥିବା ଏହି ସମ୍ବଦନଶୀଳ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି । 
   

  ପ୍ରକାଶ୍ୟ ଯେ,ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତଗ୍ରତ ସର୍ଗିପାଲି ଗ୍ରାମର ଆର୍ତ୍ତ ଛତ୍ରିଆ ଓ ମା ଡାଲିମଙ୍କ ଝିଅ ସ୍ନେହଲତା ଛତ୍ରିଆ(୧୫)ଙ୍କୁ ଗତ ୨୦୧୫ମସିହା ମେ ୨୨ ତାରିଖରେ ଅପହରଣ ଓ ଗଣଧର୍ଷଣ କରାଯାଇ ନିର୍ମମ ଭାବରେ   ହତ୍ୟା କରାଯାଇଥିଲା । ଘଟଣାରେ ଖପ୍ରାଖୋଲ ପୋଲିସର ନୀସ୍କ୍ରିୟତା ବିରୁଦ୍ଧରେ ୨୦୧୫ ମସିହା ଜୁନ ୨୧ ତାରିଖରେ ଏକ ବିଶାଳ ଜନଆନ୍ଦୋଳନ ହୋଇଥିଲା । ରାଜ୍ୟର ଅନେକ ବୁଦ୍ଧିଜୀବି ଓ ସାମାଜିକ ସଂଗଠନ ବଲାଙ୍ଗୀରରେ ମିଳିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ । ଫଳରେ ପୋଲିସ ସେହି ସର୍ଗିପାଲି ଗାଁର ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ୪ଦିନ ପରେ ଘଟଣାର ତଦନ୍ତ ଦାୟୀତ୍ୱ ପୋଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରା ଏପର୍ଯ୍ୟନ୍ତ ମାତ୍ର ୩ ରୁ ୪ ଥର ଆସିଛି । କିନ୍ତୁ ଘଟଣାରେ କୌଣସି ଅଗ୍ରଗତି ହୋଇନାହିଁ । ଘଟଣାର ୪ବର୍ଷ ପରେ ରାଜ୍ୟସରକାର ଏହି ମାମଲାକୁ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ । କିନ୍ତୁ ଏହି ମାମଲାକୁ  ସିବିଆଇ ତଦନ୍ତ କରିବାକୁ ମନାକରିଦେଇ ରାଜ୍ୟ ପୋଲିସ ଏହାର ତଦନ୍ତ କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କ୍ରାଇମବ୍ରାଞ୍ଚ ମଧ୍ୟ ଏହି ମାମଲାର ତଦନ୍ତରେ ଆଗ୍ରହ ପ୍ରକାଶ କରୁନଥିବା ଓ ସେହି କାରଣରୁ ଠିକ ସମୟରେ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ ହୋଇନପାରିବାରୁ ସେମାନେ କୋର୍ଟରୁ ଜାମିନ ପାଇଛନ୍ତି ବୋଲି ଅଭଯୋଗ ହେଉଛି ।  ଏପରିକି ୭ବର୍ଷ ପରେ ମଧ୍ୟ ଚାର୍ଜସିଟ ଦାଖଲ ହୋନଥିବାରୁ କ୍ରାଇମବ୍ରାଞ୍ଚର ତଦନ୍ତରେ ମୃତକର ପରିବାର ଓ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଭଳି ଏକ ସମ୍ବଦନଶୀଳ ଘଟଣାରେ ତଦନ୍ତରେ ଅହେତୁକ ବିଳମ୍ବର କାରଣ କଣ ବୋଲି ପ୍ରଶ୍ନ ହେଉଛି । ମୃତ ସ୍ନହଲତାକୁ ନ୍ୟାୟ ମିଳିବ କେବେ ? ୨୦୧୫ରେ ଉକ୍ତ ଘଟଣା ପରେ ପରେ ତତକାଳିନ ବିରୋଧିଦଳନେତା  ନରସିଂହ ମିଶ୍ର ସର୍ଗିର୍ପାଲି ଗାଁକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ ଓ ଏକ ନୀରପେକ୍ଷ ତଦନ୍ତ ଦାବି କରିଥିଲେ । ଆଲୋଚନା କାଳରେ ସର୍ଗିପାଲି ଗାଁରେ ଜାତିଆଣ ଭେଦଭାବ ଓ ବେଆଇନ କୁଚିଆ ମଦ କାରାବାରକୁ ନେଇ ଦଳିତ ବସ୍ତି ଓ ଗାଁ ଲୋକଙ୍କ ସହ ବିଭେଦ ରହିଆସିଥିବା ଜଣାପଡିଥିଲା ।  ଗାଁରେ  ଦୀର୍ଘବର୍ଷ ହେଲା ଉଭୟ ଗୋଷ୍ଠି ମଧ୍ୟରେ ବିଭେଦ ଲାଗି ରହିଥିଲା । ମୃତ ନାବାଳିକାର ମା ଡାଲିମ ଛତ୍ରିଆ ଏସଏସଜି ଗ୍ରୁପର ସଭାପତି ଭାବରେ ବଲାଙ୍ଗୀର ଏସପିଙ୍କୁ ମଦ କୁଚିଆ ବନ୍ଦ ପାଇଁ ପିଟିସନ କରିଥିଲେ । ଏହି ପିଟିସନକୁ ସ୍ନେହଲତା ଲେଖିଥିଲା । ଯାହାର ଫଳ ସ୍ୱରୂପ ସ୍ନେହଲତାକୁ ଗଣଧର୍ଷଣ କରାଯିବା ସହ ବର୍ବରୋଚିତ ଭାବରେ ହତ୍ୟା କରାଯାଇଥିବା ପରିବାରବର୍ଗ ବିରୋଧିଦଳନେତାଙ୍କ ପାଖରେ ଅଭିଯୋଗ କରିଥିଲେ । ସର୍ଗିପାଲି ଗାଁରେ କିଛି ଅସାମାଜିକ ଲୋକ ସ୍ଥାନୀୟ ଧଣ୍ଡାମୁଣ୍ଡା ମଦଭାଟିରୁ ମଦ ଆଣି ଗାଁରେ କୁଚିଆ ଦୋକାନ ଖୋଲି ବିକ୍ରି କରୁଥିଲେ । ଗାଁରେ ମଦୁଆଙ୍କ ପ୍ରାଦୁର୍ଭାବ ଦେଖାଦେବାରୁ ସ୍ଥାନୀୟ ଏସଏସଜି ମହିଳାମାନେ ମଦ କୁଚିଆକୁ ବିରୋଧ କରିଥିଲେ । ଏହା ଫଳରେ ଗାଁରେ ବିଭେଦ ଦେଖାଦେଇଥିଲା ଓ ପରେ ଏହି କାଣ୍ଡ ହୋଇଥିବା ଅଭିଯୋଗ ହୋଇଥିଲା । ର୍ଏବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଉପଯୁକ୍ତ ତଦନ୍ତକରି ଚାର୍ଜସିଟ ଦାଖଲ କରିବ ବୋଲି ଆମେ ଆଶା କରୁଛୁ ବୋଲି ମାମଲାକୁ ପରିଚାଳନା କରୁଥିବା ଓକିଲ ଦୀନେଶ ନାଗ କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026
  ରାଜ୍ୟ  
ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ   08-Oct-2026
ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   08-Oct-2026
  ଜିଲ୍ଲା  
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   08-Oct-2026
  ଜିଲ୍ଲା  
ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   08-Oct-2026

You Might Also Like