-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
ଗଞ୍ଜାମ ଜିଲ୍ଲାର ଚାଷୀ ଓ ଭାଗଚାଷୀ ମାନଙ୍କ ବଳକା ଥିବା ଧାନକୁ କିଣିବା ସକାଶେ ଶୁକ୍ରବାର ଋଷିକୁଲ୍ୟା ରୟତ ସମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଧାନ ଅମଳ ସମୟରେ ୩ ଥର ଅଦିନିଆ ବର୍ଷା ହେବା ଫଳରେ କିଛି ଧାନ ଗମୁ ହୋଇଯାଇଛି । ସେହି ଧାନ ଏଫଏକ୍ୟୁ ମାନର ହୋଇନଥିବାରୁ ଏହି ସବୁ ଧାନକୁ ଠିକ୍ ସମୟରେ ଉଠାଯାଉନାହିଁ । ଫଳରେ ଶହ ଶହ ପଞ୍ଜୀକୃତ ଚାଷୀଙ୍କ ଟୋକେନ ରଦ୍ଦ ହୋଇଗଲାଣି । ଭଲ ଧାନକୁ ଗମୁ ଧାନ କହି ଅଧିକାଂଶ ବ୍ଲକରେ କ୍ୱିଣ୍ଟାଲ ପିଛା ୮ ରୁ ୁ୧୦ କେଜି ଧାନ ଅଧିକା ନେଇ ଚାଷୀଙ୍କୁ ଠକୁଛନ୍ତି । ବିଭାଗୀୟ ଅଧିକାରୀ ମାନେ ସବୁ ଜାଣି ସୁଦ୍ଧା ନୀରବ ରହୁଛନ୍ତି ବୋଲି ଏହି ସ୍ମାରକ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।