-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
05-Feb-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲlମୁଣ୍ଡା ବ୍ଲକ୍ ର ଜିଲ୍ଲା ପରିଷଦ ଖ ଜୋନ୍ ର ୬ ଟି ପଞ୍ଚାୟତ ର କର୍ମୀ ମାନଙ୍କୁ ନେଇ ଜମୁନାପୁର ଅର୍ଟଚାର୍ଡ ଠାରେ ଶୁକ୍ରବାର ବିଜେଡି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ , ବିଜେଡି ବ୍ଲକ୍ ସଭାପତି ସୁରେନ୍ଦ୍ର ସାହୁ,ଜିଲ୍ଲା ଛାତ୍ର ସଭାପତି ଅଜିତ୍ କୁମାର ସାହୁ ଯୋଗ ଦେଇ କର୍ମୀ ମାନଙ୍କୁ ନିର୍ବାଚନ ରେ ପ୍ରାଥି ଙ୍କୁ ଜିତେଇବା ପାଇଁ ଗୁରୁମନ୍ତ୍ର ଦେଇଥିଲେ। ।ତେବେ ଏଥିରେ ବିଜେଡି କର୍ମୀମାନେ ଏକଜୁଟ ହୋଇ ନିର୍ବାଚନ ରେ ପ୍ରାଥି ଙ୍କୁ ଜିତେଇବା ପାଇଁ ସଂକଳ୍ପ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ କର୍ମୀ ତଥା ପୂର୍ବତନ ସାପଲହରା ପଞ୍ଚାୟତ ସରପଞ୍ଚ ପବିତ୍ର ସାହୁ,ବିଜେଡି କର୍ମୀ ଭୈରବ ପରିଡା,ବିରଞ୍ଚି ରଣା, ଯଶୋବନ୍ତ ସାହୁ,ବିଜେଡି ଯୁବ ନେତା ଯୁବରାଜ ସାହୁ ,ଦେବରାଜ ରଣା, ଦେବେନ୍ଦ୍ର କୁମାର,ବିକ୍ରମ ସାହୁ, ପର୍ଶୁ ସାହୁ, ସନ୍ଥଲାଲ ଦୀପ, ପ୍ରମୁଖ ଉପସ୍ଥିତ ଥିଲେ ।