-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
କର୍ଲାମୁଣ୍ଡା(ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ସଦର ଠାରେ ଦୀର୍ଘ ଦଶ ଦିନ ପୂର୍ବରୁ ଏକ ଅପରିଚିତ ଯୁବକ ବୁଲୁଥିବା ଦେଖିବାକୁ ମିଳିଛି। ଏହି ଯୁବକ କୁ ପରିଚୟ ପଚାରିବାରୁ ନିଜ ନାମ ପ୍ରଶାନ୍ତ ପଧାନ, ପିତା ଙ୍କ ନାମ ହାଡୁ ପଧାନ ଘର ବିନିକା ଓ ଜିଲ୍ଲା ସୋନପୁର ବୋଲି କହୁଛି।ତେବେ ଯୁବକ ଟିର ମାନସିକ ସ୍ଥିତି ଠିକ୍ ନଥିବାରୁ ପରିଚୟ ସ୍ପଷ୍ଟ ହୋଇ ପାରୁନି।ସ୍ଥାନୀୟ ଅଞ୍ଚଳରେ ଯିଏ ଯାହା ଦେଲେ ଖାଇ ଦୁର୍ଗା ମଣ୍ଡପ ଠାରେ ରହୁଥିବା ଜଣା ପଡ଼ିଛି।ଏଣୁ ଏହି ଯୁବକ ଙ୍କୁ ଉଦ୍ଧାର କରାଯିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।