-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
04-Feb-2022
କଂଟାବାଞ୍ଜି(ଆନନ୍ଦ ମୋଟେ) କଂଟାବାଞ୍ଜି ସହର ପାଇଁ ଖୁସିର ଖବର । ଦୀର୍ଘ ୧୪ ବର୍ଷର ସଂଘର୍ଷ ସଫଳ ହୋଇଛି । ସଂଘର୍ଷରେ ସାମିଲ ହୋଇଥିବା ବିଭିନ୍ନ ସଂଗଠନ, ସମାଜସେବୀ, ରାଜନେତା ତଥା ସହରବାସୀଙ୍କ ପାଇଁ ଆସିଛି ଖୁସିର ଖବର । ଆସନ୍ତା ୧୨ ତାରିଖରୁ କଂଟାବାଞ୍ଜିରୁ ଇସ୍ପାତ ଟ୍ରେନ ( ୧୨୮୭୧-୧୨୮୭୨) ଚାଲିବ । ସପ୍ତାହକୁ ୪ ଦିନ ଏହି ଟ୍ରେନ ଚାଲିବ ବୋଲି ସୁଚନା ମିଲିଛି । କଂଟାବାଞ୍ଜି ତଥା ଆଖ ପାଖ ଅଂଚଳର ଲୋକ ଯଦି ଇସ୍ପାତ ଟ୍ରେନ ଯୋଗେ ହାୱାଡା କିମ୍ବା ସେହି ରାସ୍ତା ଦେଇଯିବାକୁ ଥିବା ବେଳେ ଭୋର ସକାଲୁ ଟିଟିଲାଗଡ ଯିବାକୁ ପଡିଥାଏ । ଯାହା ଫଲରେ ଲୋକେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି । ବର୍ତମାନ ସମୟରେ ଇସ୍ପାତ ଟ୍ରେନ କଂଟାବାଞ୍ଜି ରୁ ବାହାରିବ ତାହା କେବଳ କଂଟାବାଞ୍ଜି ପାଇଁ ଖୁସିର ଖବର ତାହା ନୁହେଁ ଆଖ ପାଖ ଅଂଚଳର ଲୋକଙ୍କ ପାଇଁ ମଧ୍ୟ ଖୁସି ଆଣିଦେଇଛି । ତେବେ କଂଟାବାଞ୍ଜିକୁ ଇସ୍ପାତ ଆସିବା ବା ଟ୍ରେନ ଚାଲିବା ଉପରେ ଅନେକ ସଂଗଠନ, ସମାଜସେବୀ, ରାଜନେତାଙ୍କ ସଂଘର୍ଷ ରହିଛି । କଂଟାବାଞ୍ଜି ସହରର ସମାଜସେବୀ ସଂଗଠନ ୟୁଥ ପାୱାର, ରାଇଟ ଟୁ ଫାଇଟ, ରେଳ ଉପଭୋକ୍ତା ସଂଘ, ବଣିକ ସଂଘ, କିଛି ସମାଜସେବୀ, ରାଜନେତାଙ୍କ ୧୪ ବର୍ଷ ସଂଘର୍ଷ ରହିଛି । ରେଳରୋକ କରିବା ସହ ରେଳମନ୍ତ୍ରୀଙ୍କୁ ସମାଜସେବୀ ସଂଗଠନ ରାଇଟ ଟୁ ଫାଇଟ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରିଥିଲେ । କଂଟାବାଞ୍ଜି ପୁର୍ବତନ ବିଧାୟକ, ବିଧାୟକ, ପୁର୍ବତନ ସାଂସଦ, ସାଂସଦ ସହ ଅନେକ ରାଜନେତା ନିଜ ନିଜ ସ୍ତରରେ ଇସ୍ପାତ ଟ୍ରେନ କଂଟାବାଞ୍ଜିରୁ ଚାଲିବ ସେନେଇ ଉଦ୍ୟମ କରିଥିଲେ । ଅଶ୍ୱନୀ ବୈଷ୍ଣବ ରେଳମନ୍ତ୍ରୀ ହେବା
ପରେ ପ୍ରଥମ ଥର ପାଇଁ କଂଟାବାଞ୍ଜି ଆସିଥିଲେ । ସେହି ସମୟରେ କଂଟାବାଞ୍ଜି ସହରର ବିଭିନ୍ନ ସଂଗଠନ ସହ ଜନସାଧାରଣ ଇସ୍ପାତ ଟ୍ରେନ କଂଟାବାଞ୍ଜି ରୁ ଚଲାଚଳ କରିବାକୁ ଦାବି କରିଥିଲେ । ବଲାଙ୍ଗିର ସାଂସଦ ସଂଗିତା କୁମାରି ସିଂ ଦେଓ ମଧ୍ୟ ଅନେକ ସମୟରେ ଦିଲ୍ଲି ସଂସଦରେ ଉପସ୍ଥାପନ କରିଥିବା ବେଳେ ରେଳମନ୍ତ୍ରୀକୁ ସାକ୍ଷାତ କରି ଇସ୍ପାତ ପାଇଁ ଦାବି କରିଥିଲେ । କଂଟାବାଞ୍ଜି ଜନସାଧାରଣଙ୍କ ଦାବୀ ଆଜି ପୁରଣ ହେବା ଯୋଗୁ ସହରବାସି ବେଶ ଖୂସି ବ୍ୟକ୍ତ କରୁଛନ୍ତି ।