-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ଗଞ୍ଜାମ : ପୋଲିସ ଦେଲାନି ନ୍ୟାୟ । ଥାନା ଆଗରେ ହାରିଲେ ଜୀବନ । ନିଜ ଦେହରେ ନିଆଁ ଲଗାଇଲେ ନିରାଶ ଯୁବକ । ଚିକିତ୍ସାଧିନ ଅବସ୍ଥାରେ ଆସିଲା ମୃତ୍ୟୁ ଖବର । ପଦାରେ ପଡିଲା ପୋଲିସ ଅସଲ ଚରିତ୍ର । ଅଭିଯୋଗ ଶୁଣିଲାନି ପୋଲିସ । ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି । ବାଧ୍ୟ ହୋଇ ଥାନା ଆଗରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କଲେ ଯୁବକ । ଗଞ୍ଜାମ ଜିଲ୍ଲା ଗୋଲାନ୍ଥରା ଥାନା ଆଗରେ ରଣ୍ଡା ଗ୍ରାମର କାଳିଆ ସାମନ୍ତରା ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର କାଳିଆଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ୟା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । କାଳିଆଙ୍କ ମୁତ୍ୟୁ ପରେ ପୋଲିସର ଅସଲ ଚରିତ୍ର ପଦାରେ ପଡିଛି । ନିଜକୁ ବଞ୍ଚାଇବ ପାଇଁ ପୋଲିସ ଖୋଜୁଛି ବାହାନା । ମିଥ୍ୟାର ଆଶ୍ରୟ ନେଉଛି ।
ମୃତ୍ୟୁ ପୂର୍ବରୁ କାଳିଆ ନିଜର ଓ ପରିବାରର ସୁରକ୍ଷା ପାଇଁ ଗଞ୍ଜାମ ଏସପିଙ୍କୁ ଏକ ଚିଠି ଲେଖିଛନ୍ତି । ସେଥିରେ ମୋ ପରିବାରର ଯଦି କୌଣସି କ୍ଷତି ଘଟେ ତାହା ହେଲେ ଆଇଆଇସି ଗୋଳନ୍ଥରା ସେଥିପାଇଁ ଦାୟୀ ହେବେ ବୋଲି ଉଲ୍ଲେଖ କରିଥିଲେ । ଦେଖିବାକୁ ବାକି ରହିଲା ଗଞ୍ଜାମ ଏସପି ନିଜ ସହକର୍ମୀଙ୍କୁ ଘଣ୍ଟ ଘୋଡାଉଛନ୍ତି ନା ଆଇନଗତ କାର୍ଯ୍ୟାନୁଷ୍ଠାଗ୍ରହଣ କରୁଛନ୍ତି ମୃତ କାଳିଆଙ୍କ ପରିବାର ଚାହିଁ ବସିଛନ୍ତି ।