-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ମହାନଦୀ ତଟସ୍ଥ ସ୍ଥାନୀୟ ପାଣିସିଆଳି ଠାରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନୂତନ ବର୍ଷ ରେ ଏକ ବନ୍ଧୁ ମିଳନ ଓ ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ସୁବର୍ଣ୍ଣପୁର ଜ଼ିଲ୍ଲା ର ନିର୍ମାଣଧୀନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସବୁ କୁ ତ୍ୱରାନ୍ୱିତ କରିବା ସହିତ ଏ ସଂପର୍କିତ ବିଭିନ୍ନ ପ୍ରସଙ୍ଗ କୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ଉନ୍ନତି ତଥା ଗଠନମୂଳକ କାମରେ ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ ଏକତା ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ପ୍ରକାଶ ବେବର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଏକ ବନ୍ଧୁ ମିଳନ ସମାରୋହରେ ଗଣପତି ବାଘ, ନିରଞ୍ଜନ ମିଶ୍ର, ସ୍ୱାଧୀନ ମେହେର, ମନୋଜ ମିଶ୍ର, ସତ୍ୟବାନ ପୁରୋହିତ, ଧରଣୀଧର ମିଶ୍ର, ସତ୍ୟବ୍ରତ ପ୍ରଧାନ, ପିତାମ୍ବର ମହାପାତ୍ର, ସହଦେବ ମେହେର, ସନ୍ତୋଷ ମିଶ୍ର, ରଞ୍ଜନ ବାରିକ, ସୁଶାନ୍ତ ପଣ୍ଡା, ଆଶୁତୋଷ ପୂଜାରୀ, ସୁଶାନ୍ତ ସାହୁ, ସୁବାସ ମିଶ୍ର, ମନୋରଞ୍ଜନ ପାଣିଗ୍ରାହୀ,ନିରଞ୍ଜନ ଭୋଇ,ମାନଭଞ୍ଜନ ପୁଝରୀ ପ୍ରମୁଖ ଯୋଗଦେଇ ଥିଲେ ।