-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
କଳାହାଣ୍ଡି (ସଂଜୀବ ଦାସ) : କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସଞ୍ଜୀବ କୁମାର ଯୋଶୀଙ୍କର ଦୀର୍ଘଦିନ ଧରି ଅସୁସ୍ଥତା ପରେ ଗତ ଜାନୁଆରୀ ୩୦ ତାରିଖରେ ୫୬ ବର୍ଷ ବୟସରେ ବିୟୋଗ ଘଟିଥିଲା। ଓଡିଶା ସାମ୍ବାଦିକ ସଂଘର(ଓଜେୟୁ) ତରଫରୁ ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଓ ସାଧାରଣ ସମ୍ପାଦକ କେ. ଶ୍ରୀନିବାସ ରାଓ ଗଭୀର ଭାବେ ମର୍ମାହତ ହେବା ସହିତ ଶୋକବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ତରଫରୁ ସଭାପତି ନିରୋଜ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଭବାନୀପାଟଣା ସହର ସ୍ଥିତ ନିୟୁ ଷ୍ଟାର ସିନେପ୍ଲେକ୍ସ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ସଞ୍ଜୀବ କୁମାର ଯୋଶୀଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରାଯି
ସହ ଧୂପ ଦୀପ ପ୍ରଜ୍ବଳନ କରି ଦିବଙ୍ଗତଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସଂଘର ସଭାପତି ନିରୋଜ କୁମାର ପଟ୍ଟନାୟକ, ଉପ ସଭାପତି ତୁମେଶ୍ୱର ସାହୁ, ସାଧାରଣ ସମ୍ପାଦକ ଲକ୍ଷ୍ମଣ ସ୍ବାଇଁ ଓ କୋଷାଧ୍ୟକ୍ଷ ଅଭିରାମ ପ୍ରାସାଦ ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ଯୋଶୀ ଜଣେ କର୍ମଠ, ନିର୍ଭୀକ ସାମ୍ବାଦିକ ଥିବା କଥା କହିବା ସହିତ ଯୁବ ସାମ୍ବାଦିକଙ୍କ ପାଇଁ ଏକ ବଳିଷ୍ଠ ଉଦାହରଣ ଥିଲେ ବୋଲି ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଦସ୍ୟ ନରେନ୍ଦ୍ର କୁମାର ଦାସ,ସଞ୍ଜୀବ କୁମାର ବେହେରା, ସନ୍ତୋଷ କୁମାର ପ୍ରଧାନ, ବିରଞ୍ଚି ନାରାୟଣ ଯୋଶୀ, ଶରତ ଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବଙ୍ଗତଙ୍କ ସ୍ମୃତି ଚାରଣ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଥିଲେ।