-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
02-Feb-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ଲହଙ୍ଗୀର ଗ୍ରାମ ର ଢିପାପଡା ଠାରେ ୧୭ ବର୍ଷ ର ଯୁବକମାନଙ୍କୁ ନେଇ ଏକଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି ।ଏହି ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ ।ଦଳ ଗୁଡିକ ମଧ୍ୟରୁ ଭିଏସଏସ ଜୁନିଅର ଓ ଗଣ୍ଡପାଲି ଜୁନିଅର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା ।ଉଦଘାଟନୀ ଉତ୍ସବରେ ଯୁବନେତା ତଥା ସମାଜସେବୀ ଶ୍ରୀମାନ ପୁସ୍ତମ ବେଣ୍ଟକାର ଯୋଗଦାନ କରି ନିଜ କୋମଳ ହସ୍ତରେ ଫିତାକାଟି ଖେଳାଳି ଏବଂ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୧୩ନଂ ଜୋନ ରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥିନୀ ଶ୍ରୀମତୀ ବାସନ୍ତୀ ବାଲମ, ଶ୍ରୀମାନ ଛବିଳ ବାରିକ, ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ନଳିନୀ ବେହେରା,ସମିତି ସଭ୍ୟା ପ୍ରାର୍ଥୀନୀ ଶ୍ରୀମତୀ ସସ୍ମିତା ବାରିକ, ପୂର୍ବତନ ସମିତି ସଭ୍ୟ ଶ୍ରୀମାନ ଜଗନ୍ନାଥ ଛତ୍ରିଆ, ମହେନ୍ଦ୍ର ବାରିକ,ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ହୋତା, ଶିକ୍ଷକ ଶ୍ରୀମାନ ପଦ୍ମଲୋଚନ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କ ମନୋବଳ ବଢାଇଥିଲେ । ଶେଷରେ ଫାଇନାଲ ମ୍ୟାଚ ଟି ଭିଏସଏସ ଜୁନିଅର ସହ ଗଣ୍ଡପାଲି ଜୁନିଅର ମଧ୍ୟରେ ଅନୁଷ୍ଠିତ ହୋଇ ଭିଏସଏସ ଜୁନିଅର ପ୍ରଥମ ସ୍ଥାନ ଏବଂ ଦ୍ୱିତୀୟ ସ୍ଥାନରେ ଗଣ୍ଡପାଲି ଜୁନିଅର ଦ୍ୱିତୀୟ ସ୍ଥାନ ଅଧିକାର କଲେ ବୋଲି ଘୋଷତ ହେଲେ ।ଏହି ଟୁର୍ଣ୍ଣାମେଣ୍ଟ କୁ ବଜରଙ୍ଗୀ ସ୍ପୋଟିଙ୍ଗ ର କର୍ମକର୍ତ୍ତା ସର୍ବଶ୍ରୀ:-ରାହୁଲ ପାତ୍ର,ପିଣ୍ଟୁ ବାରିକ,ସୁବଳ ପାତ୍ର,ନିରୋଜ ବଛା, ରୋହିତ ପାତ୍ର, ଶାନ୍ତନୁ ପାତ୍ର, ସରୋଜ ବଛା ପ୍ରମୁଖ ଆୟୋଜନ କରିଥିଲେ । ଆୟୋଜିତ ଏକ ଦିବସୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଟି ସୁରୁଖୁରୁରେ ସମାପନ ହୋଇଥିବାରୁ ଢିପାପଡା ର ସମସ୍ତ ଭଦ୍ରବ୍ୟକ୍ତି ଙ୍କୁ ଆୟୋଜକ ମାନଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି