-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ସୁବର୍ଣ୍ଣପୁର - ୨୦୨୧ ବର୍ଷ ର ଡିସେମ୍ବର ଶେଷ ବେଳ କୁ ସହର ରେ ନୁଆଁ ଭାବେ ଯୋଗଦାନ କରିଥିବା ଓ ଜ଼ିଲ୍ଲା ର ବିଭିନ୍ନ ଥାନା ସମେତ ପୂର୍ବ ଓଡିଶା ର ପିପିଲି ଖୋର୍ଦ୍ଧା ଭଳି ବଡ଼ ବଡ଼ ଥାନା ମାନଙ୍କ ରେ ଖୁବ ଦକ୍ଷତା ଓ ସଫଳତା ର କାର୍ଯ୍ୟ ସମ୍ପାଦନ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିବା ସୋନପୁର ର ଥାନା ଅଧିକାରୀ ଶ୍ରୀ ନିରଞ୍ଜନ ଦାଶ ତାଙ୍କ ପ୍ରତିଶୁତି କୁ ପାଳନ କରିଛନ୍ତି l ମନ୍ଦିର ମାଳିନୀ ସହର ରେ ଚୋରି ଲୁଟ ତରାଜ ଅସାମାଜିକ କାର୍ଯ୍ୟ ସମେତ ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରିବା ର ପ୍ରତିଶୃତି ସବୁକୁ ପାଳନ ପାଈଁ ଗତ ମାସ ଶେଷ ସପ୍ତାହ ରେ ଶ୍ରୀ ଦାଶ ସହର ର ସବୁ ଗଳି କନ୍ଦି କୁ ପି ସି ଆର ଗାଡି ରେ ନିଜେ ସରପ୍ରାଇଜ ଭିଜିଟ କରିଛନ୍ତି l ହାତ ରେ ବଡ଼ ଟର୍ଚ୍ଚ ଲାଇଟ ଟିଏ ଧରି ରାତି ୧୧ ଟା ରୁ ୩ ଟା ଯାଏ ସହର ର ଛୋଟ ବଡ଼ ଗଳି ର ଅନ୍ଧାରିଆ ଜାଗା ମାନଙ୍କୁ ମଧ୍ୟ ଶ୍ରୀ ଦାଶ ଟର୍ଚ୍ଚ ଲାଇଟ ସାହାଯ୍ୟ ରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ କୁ ଅଚାନକ ପରିଦର୍ଶନ କରିଥିଲେ l ଏବଂ ମେଡିକାଲ କାର୍ଯ୍ୟ ବ୍ୟତୀତ ରାତି ରେ ଯିଏ ବି ବୁଲା ବୁଲା କରୁଥିଲେ ସେଇ ଦୁଇ ଚକିଆ ଚାରି ଚକିଆ ଯାନ ବାହାନ ର ନମ୍ୱର ଓ ସେ ଲୋକଙ୍କ ନାଁ କୁ ନୋଟକରି ଗାଡି ର କାଗଜ ପତ୍ର ତନ୍ନ ତନ୍ନ କରି ଯାଞ୍ଚ କରିଵା ସହ ଆଗକୁ ଏଭଳି ଭୁଲ ନ କରିବାକୁ ତାଙ୍କୁ କଡା ଚେତାବନୀ ଦେଇଛନ୍ତି l ଓ ବାହାର ଜ଼ିଲ୍ଲା ର କିଛି ଗାଡି କୁ ରାତି ରେ ଥାନା ରେ ଅଟକ ରଖିଥିଲେ l ଅଫିସ ଷ୍ଟାଫ କୁ କିଛି ନ ଜଣାଇ ଶ୍ରୀ ଦାଶ ଲଗାତାର ଭାବେ କେବେ କେଉଁ ସମୟ ରେ ରାତି ରେ ହଠାତ ସଦର ମେଡିକାଲ ଓ ବିଭିନ୍ନ ଅଂଚଳ କୁ ପରିଦର୍ଶନ ରେ ବାହାରୁଛନ୍ତି l ଏବଂ ସହର ରେ କ୍ରାଇମକୁ କଣ୍ଟ୍ରୋଲ କରି ଲୋକଙ୍କୁ ଉଚିତ ନ୍ୟାୟ ଦେବାକୁ ଓ ଆମ ପୋଲିସ ବ୍ୟବସ୍ଥା ମାଧ୍ୟମରେ ଜନ ସାଧାରଣ ଙ୍କ ନିକଟତର ହେବା ଓ ସୁ -ସମ୍ପର୍କ ସ୍ଥାପନ କରିବାର ପୋଲିସ ର ଏ ଭଳି ଉଦ୍ୟମ ଯୋଗୁଁ ପୋଲିସ ପ୍ରତି ଲୋକଙ୍କ ଆସ୍ଥା ଓ ଆତ୍ମ ବିଶ୍ୱାସ ବଢିଛି l