-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ପଦ୍ମପୁର/ଗାଇସିଲେଟ:- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକ ର ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଆଜି ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ର ପଂଚାୟତ ସ୍ତରୀୟ ଗଠନ କରିବା ସହିତ ଚାଷୀ ମାନଙ୍କ ସବୁ ପରିସ୍ଥିତିରେ ଛିଡା ହୋଇ ଚାଷୀ ମାନଙ୍କ ହକ ର ଲଢେଇ ରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ l ଏହି ବୈଠକ ରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରା ଯାଇଥିଲା l ଏହି କମିଟିରେ ଦୁଷ୍ମନ୍ତ ସାହୁ ସଭାପତି,ସୁରେଶ ସାହୁ ଉପ ସଭାପତି,ବେଣୁଧର ସାବତ ସମ୍ପାଦକ,ଧନଦେଵ ଦଣ୍ଡସନା ସହ ସମ୍ପାଦକ, ମିତ୍ରଭାନୁ ସାହୁ କୋଷାଧ୍ୟକ୍ଷ ଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନ ର ଦାୟିତ୍ୱ ପ୍ରଦାନ କରl ଯାଇଥିଲା l ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ଯୋଗଦାନ କରିଥିଲେ l ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ
ରାଜବୋଡାସମ୍ବରକୃଷକସଙ୍ଗଠନ,ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହେଇ କାମ କରିବା ପାଇଁ ଆଲୋଚନା କରାଗଲା l ସବୁ କ୍ଷେତ୍ର ରେ କାମ କରି ଚାଷୀ ମାନଙ୍କ ସମସ୍ତ ଅସୁବିଧା ରେ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ଗ୍ରହଣ କରାଗଲା l ଏହି ବୈଠକ ରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ ,ଉପଦେଷ୍ଟା କମିଟି ର ସଦସ୍ୟ ଛବିଲ ବେହେରା ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ l