-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
01-Feb-2022
ପଦ୍ମପୁର:-୫ ଟି ରାଜ୍ୟରେ ନିର୍ବାଚନ ଥିବା ଯୋଗୁଁ ଏଥର ବଜେଟରେ ଜନସାଧାରଣ ବହୁତ କିଛି ଆଶା କରୁଥିଲେ। କିନ୍ତୁ, ଏହି ବଜେଟ ଲୋକଙ୍କୁ ନିରାଶ କରିଛି। ଆୟକର ଛାଡ ସୀମା ଅପରିବର୍ତ୍ତିତ ରହିଲା। ମଧ୍ୟବିତ୍ତ କିମ୍ବା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ବଜେଟରେ କିଛି ନାହିଁ। କେବଳ ନିଜର ଆୟ ବଢାଇବା ପାଇଁ କ୍ରିପ୍ଟୋକରେନ୍ସିର ଦେଣନେଣ ଆୟ ଉପରେ ୩୦% କର ବସାଯାଇଛି। ୪୦୦ ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବା ପାଇଁ ସରକାର ସ୍ଥିର କରିଛନ୍ତି। ଏହାଦ୍ୱାରା ଘରୋଇ କମ୍ପାନୀ ଲାଭ ପାଇବେ । କାରଣ ଯାତ୍ରୀଙ୍କୁ ଏଥିପାଇଁ ଅଧିକ ଭଡା ଦେବାକୁ ପଡିଥାଏ। ଏହା ସାଧାରଣ ଲୋକଙ୍କ ପାଇଁ ଏକ ମହଙ୍ଗା ମାଡ। ଏଥର ବଜେଟର ସକାରାତ୍ମକ ଦିଗ ହେଉଛି, 5G ସ୍ପେକ୍ଟ୍ରମ (Spectrum), ୨୫,୦୦୦ କି.ମି.ର ନୂତନ ରାଜପଥ ନିର୍ମାଣ ଯୋଜନା, ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ PM-e-Vidya ମାଧ୍ୟମରେ ୨୦୦ ଟି ଆଞ୍ଚଳିକ ଶିକ୍ଷା ଚେନେଲ, ଆୟକର ରିଟର୍ଣ୍ଣରେ ଭୁଲ ସଂଶୋଧନ ପାଇଁ ୨ ବର୍ଷ ସମୟ ପ୍ରଦାନ।
ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ପୁର୍ଣ୍ଣ ନିରାଶ ବଜେଟ ଅଟେ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ଉପସଭାପତି ଶ୍ରୀମାନ ପ୍ରଦୀପ ଦେବତା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି