-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
25-Jan-2022
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ସରଶ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରୀ ସିଦ୍ଧି ପାଣ୍ଡିଆଙ୍କ ବିୟୋଗରେ ଏକ ଶୋକଶଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗରଙ୍କ ସଭାପତିତ୍ୱରେ ହୋଇଥିବା ଏହି ଶୋକଶଭାରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ପ୍ରଥମେ ସ୍ୱର୍ଗତ ସିଦ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ଦୁ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଯେ ସିଦ୍ଧି ସରଶ୍ୱତୀ ଶିଶୂବିଦ୍ୟାମନ୍ଦିରରେ ପଂଚମ ଶ୍ରେଣୀରେ ଅଧ୍ୟୟନରତ ଥିଲେ । ଗତ ଶୁକ୍ରୁବାର ଦିନ ବିଲମ୍ବିତ ରାତ୍ରୀରେ ସୋନପୁର ମହାନଦୀ ପୋଲ ଉପରେ ସଡକ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଥିଲା । ଫଳରେ ଆଜି ସରଶ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ଶୋକ ସଭାରେ ଗୁରୁଜି ଠାକୁର ରାଜହଂସ, ରଜତ ମିଶ୍ର, ଗୋରାଚାନ୍ଦ ଥନାପତୀ, ଗୁରୁମା ତିଲୋତମା ପୃଷ୍ଟି, ଝରଣା ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।