-+91-9937148622 |
prerana_bgr@rediffmail.com |
Monday 19th October 2026 |
R.N.I. Regd No. ODIODI/2010/46693
Breaking News
24-Jan-2022
ଆସିକା ଥାନା କାଳଷଣ୍ଢପୁର ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର ଛକ ନିକଟରେ ଗତକାଲି ରାତି ପ୍ରାୟ ୧୦ଘଣ୍ଟ ୩୦ମିନଟ ସମୟରେ ରାଇକିଆ ଠାରୁ ପୁରୁଷୋତ୍ତମପୁର ଅଭିମୁଖେ ଓ ଡି ଡି -୦୭- ଏ ଏ -୭୯୪୪ ନମ୍ବର ବିଶିଷ୍ଟ ପରିବା ବୋଝେଇ ହୋଇ ଆସୁଥିବା ପିକଅପ ଭ୍ୟାନ ସହିତ ବିପରୀତ ଦିଗରୁ ଆସୁଥିବା ଓ ଡି -୩୨-ଏ -୯୬୧୬ ନମ୍ବର ବିଶିଷ୍ଟ ଟ୍ରାକଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଘଟଣା ସ୍ଥଳରୁ ଆହତ ଅବସ୍ଥା ରେ ପିକଅପ ଭ୍ୟାନ ଡ୍ରାଇଭର କୁ କିଛି ସ୍ଥାନୀୟ ଲୋକ ଆସିକା ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ସେଠାରେ
ଡାକ୍ତର ପିକଅପ ଭ୍ୟାନ ଡ୍ରାଇଭର ଙ୍କ ମୃତ୍ୟୁ ଘୋଷଣା କରିଥିଲେ l ମୃତକ ଜଣକ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଷୋଳଘର ଗ୍ରାମର ୪୩ବାର୍ଷିୟ ସ୍ବର୍ଗତ ମଙ୍ଗୁଳୁ ସାହୁଙ୍କ ପୁଅ ନାରାୟଣ ସାହୁ ବୋଲି ଜଣାପଡିଛି l ସୂଚନା ମୁତାବକ ନାରାୟଣ ସେ ଗତ ୧୦ବର୍ଷ ହେବ ଷୋଳଘର ଗ୍ରାମର ସ୍ବର୍ଗତ ବିନାୟକ ସାହୁ ଙ୍କ ପୁଅ ସୁରେଶ ଚନ୍ଦ୍ର ସାହୁଙ୍କ ଗାଡ଼ି ଚଳାଇ ଆସୁଥିଲେ l ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ଏ ନେଇ ମୃତକଙ୍କ ଭିଣୋଇ ଥାନାରେ ଲିଖିତ ଅଭିଯୋଗ ପରେ କେସ ନମ୍ବର ୩୬/୨୨୬ରେ ଥାନାରେ ମାମଲା ରୁଜୁ ହୋଇଛିl