-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ବଲାଙ୍ଗୀର,-ଗତ ତନିଦିନ ତଳେ ଗୁଣୁପୁର ସେବାସମାଜ ଆଶ୍ରମରେ ସର୍ବୋଦୟନେତ୍ରୀ,ଗାନ୍ଧୀବାଦୀ,ଭୂଦାନକର୍ମି ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ଦେହାନ୍ତ ହୋଇଯାଇଛି । ଆଜି ବଲାଙ୍ଗୀର ସଂସ୍କୃତୀକାର୍ଯ୍ୟାଳୟଠାରେ ଏକ ଶ୍ରଦ୍ଧାଞଳି ସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ବୀରେନ୍ଦ୍ର ଝାଙ୍କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,ପ୍ର.ରବିଶଙ୍କର ପାଣ୍ଡିଆ, ପ୍ରଶାସନିକ ଅଧିକାରୀ ବିଜୟକୁମାର ଶତପଥି, ଚାଇନା ମହାନ୍ତି, ପ୍ରେସକ୍ଲବ ସଭାପତି ଅରୁଣ ମିଶ୍ର,ସାମ୍ବାଦିକ ସୁଦୀପ ଗୁରୁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ସଂଦୀପ କୁଅଁର,ରାଜେଶ ଝାଙ୍କର,ସଂସ୍କୃତୀଗବେଷକ ପବିତ୍ର ଦଣ୍ଡସେନା,ନବୀନ କୁଅଁର,ମନୋରଂଜନ ସାହୁ,ରଂଜୀତ ମିଶ୍ର ଓ ସୁନିଳ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଗାନ୍ଧୀଙ୍କୁ ଓ ବିନୋବାଙ୍କୁ ଆମେ ଦେଖିନଥିଲେ ହେଁ ତାଙ୍କ ବିଚାର ର ମଣିଷ ଶାନ୍ତିଦେବୀଙ୍କୁ ଆମେ ଦେଖିଛୁ । ତାଙ୍କ ଆଦର୍ଶକୁ ତଥା ସର୍ବୋଦୟ ଆନ୍ଦୋଳନକୁ ଆଗକୁ ନେବାକୁ ପଡିବ ବୋଲି ବକ୍ତାଗଣ ମତବ୍ୟକ୍ତ କରିଥିଲେ ।