-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ସୁବର୍ଣ୍ଣପୁର,, ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି l ଏହି କ୍ରମରେ ଗତକାଲି ରାତିରେ ରାମପୁର ତହସିଲଦାର ପୁରୁଷୋତ୍ତମ ମିର୍ଦ୍ଧାଙ୍କ ନେତୃତ୍ୱରେ ଡୁଙ୍ଗୁରିପାଲି ଆଞ୍ଚଳିକ ବଜାର କମିଟିର ସମ୍ପାଦକ ଉଦିତ କୁମାର ବାବୁ ଏବଂ ସହକର୍ମୀ ମାନଙ୍କୁ ନେଇ ଏକ ସ୍କ୍ୱାର୍ଡ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମପୁର ଡୁଙ୍ଗୁରିପାଲି ରାସ୍ତାର ପିପିଲିପାଲି ଠାରେ ଓ. ଡି .୧୫. ବି .୪୭୫୯ ନମ୍ବର ଥିବା ଧାନ ବୋଝେଇ ଟ୍ରକ କୁ ଯାଞ୍ଚ କରିଥିଲେ l ଏହି ଟ୍ରକ ରେ ୨୨୦.୩୦ କୁଇଣ୍ଟାଲ ଓଜନର ୩୩୬ବସ୍ତା ଧାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଂଚଳରୁ କୌଣସି ଏକ ନିର୍ଦିଷ୍ଟ ସ୍ଥାନକୁ ଚାଲାଣ ହେଉଥିଲା l ଡ୍ରାଇଭର ଗୋବିନ୍ଦ ଗିରି କୁ ଧାନ ଚାଲାଣ ସମ୍ବନ୍ଧୀୟ କାଗଜ ପତ୍ର ଯାଞ୍ଚ କରିବା ପାଇଁ ମାଗିବାରୁ ସେ ତାହା ଦେଖାଇ ପାରି ନ ଥିଲା l ସେଥିପାଇଁ ଏହି ଧାନକୁ ବେନିୟମ ଭାବରେ ଅନ୍ୟତ୍ର ନିଆଯାଉଥିବାର ସନ୍ଦେହ ଦୃଢ଼ୀଭୂତ ହୋଇଥିଲା ଏବଂ ନିୟମ ମୁତାବକ ଡୁଙ୍ଗୁରିପାଲି ଯୋଗାଣ ନିରୀକ୍ଷକଙ୍କୁ ଏହି ବ୍ୟାଜାପ୍ତ ଧାନକୁ ହସ୍ତାନ୍ତର କରାଯାଇ ବ୍ୟାଜାପ୍ତ ଚୋରା ଧାନକୁ ଡୁଙ୍ଗୁରିପାଲି ର ଉମାଶଙ୍କର ରାଇସମିଲରେ ଜିମା ରେ ରଖାଯାଇଛି ବୋଲି ତହସିଲଦାର ରାମପୁର ଶ୍ରୀ ମିର୍ଦ୍ଧା ସୂଚନା ଦେଇଛନ୍ତି l