-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
କଟକ// ଆଜି ପୂର୍ବାହ୍ନ ୯ ଘଟିକାରେ ଅବିଭକ୍ତ କଟକ ଜିଲ୍ଲା ଉପଶାଖା ମାଆ ଚର୍ଚ୍ଚିକା ପାଲା ମଣ୍ଡଳ ବାଙ୍କିର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସିଦ୍ଧବ୍ରହ୍ମ ଅବୁଧୂତ ଆଶ୍ରମ ପାଥପୁରଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସଭାରେ ଗାୟକ ବିଦଗ୍ଧ ନିଶିକାନ୍ତ ପଣ୍ଡାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥଭାବେ ମାନ୍ୟବର ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେଵୀ ରଞ୍ଜନ ତ୍ରିପାଠୀ, ମୁଖ୍ୟ ବକ୍ତା ଗାୟକ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବରେ ଗାୟକ ଶ୍ୟାମସୁନ୍ଦର ତ୍ରିପାଠୀ, ଗାୟକ ପ୍ରଭାତକୁମାର ଶ୍ରୀଚନ୍ଦନ, ଶ୍ରୀଯୁକ୍ତ ନିରଞ୍ଜନ ବାହିନୀପତି, ଶ୍ରୀଯୁକ୍ତ ଜ୍ଞାନପ୍ରିୟ କାନୁନଗୋ, ଶିକ୍ଷାବିତ୍ କାହ୍ନୁଚରଣ ସାହୁ, ପଣ୍ଡିତ ଗଦାଧର ଦାଶ ଶର୍ମା ଆଦି ବହୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇଥିଲେ। ଗାୟକ ଲକ୍ଷ୍ମୀଧର ପଣ୍ଡାଙ୍କର ସଂଯୋଜନାରେ ମଞ୍ଚ ପରିଚାଳନା ହୋଇଥିଲା। ସମ୍ପାଦକ ଦିଲ୍ଲୀପ କୁମାର ମହାପାତ୍ର ଓ ଗାୟକ ଶାରଦା ପ୍ରସନ୍ନ ନାୟକ ସଭା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ସମ୍ମିଳନୀ ରେ ପାଲା ତଥା ପାଲା କଳାକାର ଙ୍କ ବିକାଶ ଦିଗରେ ଆଲୋଚନା କରାଯାଇଥିଲା।
(ଅମୃତ ନନ୍ଦ ଙ୍କ ରିପୋର୍ଟ)