-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
19-Jan-2022
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଗତ ତା ୧୫ ଏବଂ ୧୬ ତାରିଖ ଦୁଇଦିନିଆ ୱେଷ୍ଟ ଜୋନ ତାଇକାଣ୍ଡୋ ପ୍ରତିଯୋଗିତା ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ୨୦୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଭାଗ ନେଇଥିଲେ । ବଲାଙ୍ଗୀର ତାଇକାଣ୍ଡୋ ହେଡ କ୍ଳବ୍ ର କୋଚ ପ୍ରଶାନ୍ତ ପାତ୍ର ଙ୍କ ନେତୃତ୍ୱ ରେ ୫ ଜଣ ଛାତ୍ର କ୍ୟୁରୋଗି ରେ ଭାଗ ନେଇ ୨ ଗୋଟି ସ୍ଵର୍ଣ୍ଣ ପଦକ,ଗୋଟିଏ ରୌପ୍ୟ ପଦକ ଏବଂ ୨ ଗୋଟି ବ୍ରୋଞ୍ ପଦକ ହାସଲ କରିଥିଲେ । ଏଥିରେ ଧନପତି ମେହେର ଏବଂ ଅର୍ଣ୍ଣବ୍ ଅଗ୍ରୱାଲ ସ୍ଵର୍ଣ୍ଣ, ନବୀନ ମେହେର ରୌପ୍ୟ,ରୋହିତ ସାହୁ ଏବଂ କଲ୍ୟାଣ ମେହେର ବ୍ରୋଞ୍ଜ ପଦକ ହାସଲ କରି ବଲାଙ୍ଗୀର ର ଗୌରବ ରକ୍ଷା କରିଥିଲେ ।