-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jan-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ବଡଅଙ୍କରିଆ ରାଧାରାଣୀ ମଠରେ ମକର ସଂକ୍ରାନ୍ତୀ ଅବସରରେ ଚାରିପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ନାମ ଯଜ୍ଞରେ କେଶଲପୁରା, ଉଦେପଦର, ଗୌଡଗାଁ ଏବଂ ବଡଅଙ୍କରିଆର କିର୍ତନ ଦଳ ଯୋଗଦେଇ ସଂକୀର୍ତ୍ତନ ପରିବେଷଣ କରିଥିଲେ । ରଘୁନାଥ ପଣଯଡା ପୂଜାର୍ଚନା କରିଥିଲେ । ମହାରାଜ ସତ୍ୟବ୍ରତ ଦାସଙ୍କ ମୁଖ୍ୟ କାର୍ଯ୍ୟନିର୍ବାହ କରିଥିବା ବେଳେ ବାସୁଦେବ ପାତ୍ର, ବିଜୁ ଦେହେରୀ, ଅଭିମନ୍ୟୁ ନାଏକ, ଅଶ୍ୱିନୀ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।