-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jan-2022
ବଲାଙ୍ଗୀର, (ପ୍ରେରଣା ଖବର): କରୋନାର ତୃତୀୟ ଲହର ଓମିକ୍ରନ୍ ଏବେ ବଲାଙ୍ଗୀର ଜିଲ୍ଲାରେ ଦିନକୁ ଦିନ ନିଜର କାୟା ବିସ୍ତର କରୁଥିବା ବେଳେ କରୋନା ଗ୍ରାଫ୍ ବର୍ତ୍ତମାନ ଉପରମୁହାଁ ହୋଇଛି । କରୋନାର ନୂଆ ଭେରିଆଣ୍ଟକୁ ନେଇ ଏବେ ଚାରି ଆଡେ ଭୟର ବାତାବରଣ ଦେଖାଦେଇଛି । ଆଜି ବଲାଙ୍ଗୀର ସିଭିଲ କୋର୍ଟର ୧୮ ଜଣ କର୍ମଚାରୀ କରୋନା ପୋଜିଟିଭ ଚିହ୍ନଟ ହେବା ଏବଂ ୧୮ ଜଣଙ୍କ ମଧ୍ୟରୁ ୨ ଜଣ ବିଚାରପତି କରୋନା ସଂକ୍ରମିତ ହେବା ବିଷୟ ଏହି ଚିନ୍ତା ଆହୁରି ବଢ଼ିଯାଇଛି । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କ ଚିଠି ସଂଖ୍ୟା ଠ୬/୧୧.ଠ୧.୨ଠ୨୨ ଆନୁସାରେ ଆଜି ଅପରାହ୍ନ ୧ ଟା ସମୟରୁ ଆସନ୍ତା ୧୩ ତାରିଖ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ସିଭିଲ କୋର୍ଟ ପରିସରକୁ ବନ୍ଦ କରି ଦିଆଯାଇଛି । କୋଭିଡ-୧୯ ର ଭୟାବହତାକୁ ଦୃଷ୍ଟିିରେ ରଖି ସମସ୍ତ ଜୁଡିସିଆଲ ଅଫିସର ନିଜ ଷ୍ଟାଫ୍ ମାନଙ୍କ ସହାୟତାରେ ନିଜ ବାସ ଭବନରେ ଅଫିସ କାର୍ଯ୍ୟ ତୁଲାଇବେ ବୋଲି ଜିଲ୍ଲା ଦୌରା ଜଜ୍ ଙ୍କ ଚିଠିରେ ଉଲ୍ଲେଖ ରହିଛି ।