-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Jan-2022
ବଲାଙ୍ଗୀର,(ପ୍ରେରଣା ଖବର) ନିର୍ବାଚନ ପୂର୍ବରୁ ସରକାର ହାଇକୋର୍ଟ ର ଆଳ ଦେଖାଇ ୨୭% ଓବିସି ସଂରକ୍ଷଣକୁ ବାତିଲ କରିବା ନେଇ ତୀଵ୍ର ବିରୋଧ ପ୍ରଦର୍ଶନ କରାଯାଇଛି । ଓବିସି ମଞ୍ଚର ଡାକରା କ୍ରମେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରକାଶ ଯେ,ମଞ୍ଚ ତରଫରୁ କୁହାଯାଇଛି ଯେ,ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ଜାଣି ଶୁଣି ୨୭% ଓ ବି ସି ସଂରକ୍ଷଣକୁ ବାତିଲ, ଦେଶରେ ଓବିସି ସଂଖ୍ୟା ବାତିଲ ୫୨%, ଓଡ଼ିଶାରେ ୨୦୦ ଟି ଜାତି ଙ୍କ ସହିତ ଅଣ
ଓବିସି ୯ ଟି ଜାତି କୁ ମିଶାଇ ଏସ,ଇ, ଓବିସି ଙ୍କ ସଂଖ୍ୟା ପ୍ରାୟ ୫୫% । ଏମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୯୪ ରୁ ସଂରକ୍ଷଣ କରାଯାଇ ଆଇନ ପ୍ରଣୟନ କରାଯାଇଥିଲା । ହେଲେ ପରିତାପର ବିଷୟ ଯେ ୨୦୧୭ ମସିହାରୁ ଆଜି ସୁଦ୍ଧା ସରକାର ଏହି ବ୍ୟବସ୍ଥା ନେଇ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି,ଚାକିରୀ ଯୋଗାଇବା ତ ଦୂରର କଥା ଶିକ୍ଷା, ସମ୍ପତି ଆଦି ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ପ୍ରକାଶ କରିଛନ୍ତି । ସେହିପରି ଧାନର ମୂଲ୍ୟ ୨୦୪୦୩ ଟଙ୍କା ଥିବା ବେଳେ ମାତ୍ର ୧୮୬୮ ଟଙ୍କା ଧାର୍ଯ୍ୟ କରି ଟ୫୩୫ ଟଙ୍କା ସରକାରୀ ଶୋଷଣ କରାଯାଉଛି । ଏଣୁ ଓବିସି ସଂରକ୍ଷଣ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ପଞ୍ଚାୟତିରାଜ ନିର୍ବାଚନ ସ୍ଥଗିତ ରଖିବା ଦାବି କରାଯାଇଛି । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିପୁଳ ଜନସମାଗମ ସହ ବିକ୍ଷୋଭ ପ୍ରଦର୍ଶନ କରି ଦାବିପତ୍ର ପ୍ରଦାନ କରାଯାଇଛି । ବିଶିଷ୍ଟ ଆଇନ ଜୀବୀ ତଥା ମଞ୍ଚ ଆବାହକ ମନୋଜ ହାତୀ ତଥା ସମାଜର ବହୁ ସଦସ୍ୟ ସ୍ଥାନୀୟ ଯାଦବ ସମାଜରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।