-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବଲାଙ୍ଗିର(ପ୍ରେରଣା ଖବର): ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ସ୍ଥାନୀୟ ପି.ପି. ଏକାଡେମୀ ଠାରେ ଜିଲ୍ଲାର ୧୪ଗୋଟି ବ୍ଲକରେ ଅଧ୍ୟୟନରତ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦ୍ୟେଶରେ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇ ଯାଇଛି । ଉଦ୍ଘାଟନୀ ସଭାରେ ଏଡିଇଓ ମୁଖ୍ୟ ଅତିଥି, ବିଇଓ ଲୋକନାଥ ସୁନା, ରାଘବ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ, ଡିଏଭି ସ୍ୱଂୟ ଶାସିତ ମହାବିଦ୍ୟାଳୟର ହିନ୍ଦି ଅଧ୍ୟାପକ ରାହୁଲ ଜୈନ, ଆରଏସଡି ସଇଁନ୍ତଳା ଦୃଷ୍ଟି ବାଧିତ ବିଭାଗର ପ୍ରଧାନ ଶିକ୍ଷକ ବୁଲୁ ଶତପଥୀ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ ପ୍ରମୁଖ ସମ୍ମାନୀତ ଭାବେ ଯୋଗ ଦେଇ ଲୁଇ ବ୍ରେଲିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ଅଙ୍କିତ ପୁଟେଲ, ନେହା ପୁଟେଲ ଓ ସୂରଜ ମହରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ପ୍ରଦୀପ ମହାନନ୍ଦ, ଚିନ୍ମୟୀ ନାଗ ଓ ଚନ୍ଦ୍ରିକା ବାଗ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଆଗଲପୁର ବିଆରଟି ନବକିଶୋର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ ବିଆରଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ ମଞ୍ଚ ସଂଯୋଜନା କରିଥିଲେ । ପୁଇଁନ୍ତଳା ବିଆରଟି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର ସାଧନକର୍ମୀ ସହଯୋଗ କରିଥିଲେ ।