-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ମଙ୍ଗଳବାର ଦିନ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ସର୍କଲ ତରଫରୁ ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଗଲା । ଏହି ସଭାରେ ନଅଗାଁ ସର୍କଲ ସଭାପତି ନୀଳକଣ୍ଠ ପୁଟା ସଭାପତିତ୍ବରେ ଓ ଆଗଲପୁର ମଣ୍ଡଳ ସଭାପତି ଭୁବନେଶ୍ୱର ଧରୁଆ ଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ରାଜ୍ୟ ଉପ ସଭାପତି ବିନୋଦ ବିହାରୀ ମଲ୍ଲିକ, ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରୀତି ଚନ୍ଦ୍ର ରାଏ,ଆଗଲପୁର ମଣ୍ଡଳ ଉପ ସଭାପତି ରାଜ କୁମାର ଭୋଇ,ମହାସଚିବ କିଶୋର ଭୋଇ, ଗୋଣ୍ଡୱାନା ଛାତ୍ର ସଂଗଠନ ବଲାଙ୍ଗୀର ସଭାପତି ଲଲିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ସଞ୍ଜୟ କଏଣ୍ଡା, ରୁକ୍ମଣ ଧରୁଆ, ଦିଲୀପ କୁଅଁର, ଯୁବରାଜ ଗଡତ୍ୟା ତଥା ସମାଜ ର ଅନେକ ବ୍ୟକ୍ତି ଉକ୍ତ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ଆଗକୁ ଗୋଣ୍ଡୱାନା ଗୋଣ୍ଡ ମହାସଭା ବଲାଙ୍ଗୀର ର ରୀତି, ନୀତି, ସଂସ୍କୃତି କୁ ମାନି ଚଲିବୁ ବୋଲି ସମସ୍ତ ପରିବାର ରାଜି ହୋଇଥିଲେ । ଆଗକୁ ଆହୁରି ଅନେକ ପରିବାର ଏହି ମହାସଭା ରେ ସାମିଲ ହେବା ପାଇଁ ଇଚ୍ଛୁକ ହେଲେଣି । ପରିଶେଷରେ ସତ୍ୟମ ଦଳପତି ସଭା ପରିଚାଳନା ସହ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ ।