-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ବଲାଙ୍ଗିର,(ପ୍ରେରଣା ଖବର) ଆଜି ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ଶାଖା ଆନୁକୁଲ୍ୟରେ ଓଡିଶା ଫରେଷ୍ଟ ଉଡ୍, ଏଗ୍ରିକଲଚର ଏଣ୍ଡ ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କରସ୍ ୟୁନିୟନ ର ୬ଷ୍ଠ ତମ ଜିଲ୍ଲା ସମ୍ମିଳନୀ ବଲାଙ୍ଗିରସ୍ଥ ଯାଦବ ଭବନ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦକ କମ୍ରେଡ ବିଜୟ ଜେନା ମୁଖ୍ୟ ଅତିଥି ଓ ଏ.ଆଇ.ଟି.ୟୁ.ସି. ର ରାଜ୍ୟ ସାଧାରଣ ସଂପାଦକ କମ୍ରେଡ ନମିତା ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ନିର୍ମାଣ ଶ୍ରମିକ କ୍ଷେତ୍ରରେ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବଲାଙ୍ଗିର ଜିଲ୍ଲାରେ ସଂଗଠନ କୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଗ୍ରାମୀଣ ଶ୍ରମ ନିରିକ୍ଷକ ପ୍ରଶାନ୍ତ ସୁନା ଉକ୍ତ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରମିକମାନଙ୍କ ଯୁକ୍ତିଯୁକ୍ତ ଦାବୀ ସବୁକୁ ବିଚାର କରି ଶ୍ରମ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଉଦ୍ଘାଟନୀ ପ୍ରଦୀପ ପ୍ରଜ୍ଜଳନ ପରେ ଫୋରବସ୍ ପତ୍ରିକା ଦ୍ୱାରା ୪ ନଂ. ସ୍ଥାନରେ ସ୍ଥାନିତ ହୋଇଥିବା ସୁନ୍ଦରଗଡ ଜିଲ୍ଲା କୋଭିଡ୍ ଯୋଦ୍ଧା ଆଶାକର୍ମୀ ତଥା ନିଖିଳ ଓଡିଶା ଆଶାକର୍ମୀ ସଂଘର ସହ ସଂପାଦକ ସୁଶ୍ରୀ ମାଟିଲତା କୁଲୁଙ୍କୁ ଉତ୍ତରୀୟ ତଥା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପରେ ସଂଗଠନରେ ନୂତନ ଭାବେ ଯୋଗ ଦେଇଥିବା ଅନଙ୍ଗ କୁମାର ଠାକୁର ଓ ରାଜେଶ କୁମାରଙ୍କୁ ମଧ୍ୟ ୟୁନିୟନ ର ପତାକା ଦେଇ ସଂଗଠନରେ ବିଜୟ ଜେନା ସାମିଲ କରାଇଥିଲେ । ସମ୍ମିଳନୀରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଶ୍ରମିକ ପଂଜିକରଣ, ସହାୟତା ପ୍ରଦାନ ତଥା ନବୀକରଣ ରେ ପ୍ରଚଳିତ ବ୍ୟବସ୍ଥାରେ ଅସନ୍ତୋଷ ପ୍ରକାଶ କରି ବକ୍ତାମାନେ ବିଭିନ୍ନ ଶ୍ରମିକ ସଂଗଠନମାନଙ୍କ ସହ ଆଲୋଚନା ଏବଂ ସହାୟତା
ରେ ହିଁ ଶ୍ରମ ବିଭାଗ ଶ୍ରମିକମାନଙ୍କ ଉନ୍ନତି ତଥା ସରକାରଙ୍କ ବିଭିନ୍ନ ଯୋଜନା ର ସଫଳ ରୂପାୟନ କରି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟଥା ଆନ୍ଦୋଳନକୁ ହିଁ ଶ୍ରମିକ ତାର ଶେଷ ବିକଳ୍ପ ଭାବେ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ସିଂ, ତୀର୍ଥ ପଧାନ, ଉମି ଗୁପ୍ତା, ସୁବାସ ସାହୁ, ଶେହନାଜ ବେଗମ, ଆଲୋକ ବିଶ୍ୱାଳ, ଧର୍ମରାଜ ପାତ୍ର, ସୁବାଷ ସୁନା, ନଟବର ବୁଡେକ, ଉତ୍ତମ ପଧାନ, ନରିହା ସେଠ ଇତ୍ୟାଦି ଯୋଗ ଦେଇ ଶ୍ରମିକ ହକ୍ ରେ ଲଢିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପରିଶେଷରେ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରି ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଗଲା । ଆସନ୍ତା ଫେବୃୟାରୀ ୨୩ ଓ ୨୪ ତାରିଖ ଦିନ ପ୍ରସ୍ତାବିତ ସର୍ବ ଭାରତୀୟ ଧର୍ମଘଟକୁ ନୂତନ କର୍ମକର୍ତ୍ତାମାନଙ୍କ ନେତୃତ୍ୱରେ ପରିଚାଳିତ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା ।