-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା) ଉଲୁଣ୍ଡା ବ୍ଲକ ଝାରବାହାଲି ୟୁପିସ୍କୁଲରେ ବିଶ୍ୱ ବ୍ରେଲି ଦିବସ ପାଲିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପର୍ଡିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଲନା ପରିଷଦର ସଭାପତି ଅଲେଖ ଜାଲ ଅତିଥି ଭାବରେ ଯୋଗଦେଇ ବ୍ରେଲି ଦିବସ ପାଲନର ତାତ୍ୱର୍ଯ୍ୟ ଉପରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିବ ଶଙ୍କର ବେଦବାଗ, ରମିତା ବୁଡେକ, ନିରଞ୍ଜନ ବଗର୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଶିକ୍ଷକ ଦେବାଶିଷ ହୋତା ଧନ୍ୟବାଦ ଦେଇଥିଲେ ।