-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ପଦ୍ମପୁର:-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଠାରେ ୨ୟ ବାଦିପାଲି ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଯେଉଁଥିରେ ଯୋଖିପାଲି ଦଳ ଚମ୍ପିୟାନ ହୋଇଥିବା ବେଳେ ଗୁଦେରପାଲି ଦଳ ରନର୍ସ ଅପ ହୋଇଥିଲେ ।୪ ଓଭର ବିନିମୟ ରେ ଫାଇନାଲ ମ୍ୟାଚରେ ଯୋଖିପାଲି ଦଳ ବ୍ୟାଟିଂ କରି ୫୩ ରନ ସଂଗ୍ରହ ହାସଲ କରିବାରେ ସକ୍ଷମ ହୋଇଥିଲେ । ଯାହାର ଜବାବରେ ଗୁଦେରପାଲି ଦଳ କେବଳ ୨୨ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଯୋଖିପାଲି କ୍ରିକେଟ ଦଳ ପକ୍ଷରୁ ଗଣେଷ ନାଏକ ସର୍ବାଧିକ ରନ ସଂଗ୍ରହ କରିଥିଲେ ରେକର୍ଡ ସୃଷ୍ଟି କରିପାରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ ଟି ଦଳ ଭାଗ ନେଇଥିଲେ ।ଯୋଖିପାଲି ଦଳ ପ୍ରଥମ ମ୍ୟାଚରେ ବ୍ରାହ୍ମଣୀପଠାର ଦଳକୁ ଭେଟିଥିଲେ ଏବଂ ବିଜୟୀ ହେବାପରେ ପୁଞ୍ଜିପଥର ଦଳ ସହ ସେମିଫାଇନାଲ ଖେଳି ଜିଣିଥିଲେ lଯୋଖିପାଲି ଦଳ ବିଜୟୀ ହେବା ପରେ ବାଦିପାଲି ଗ୍ରାମର ବାଦିପାଲି ପ୍ରିମିୟର ଲିଗ କମିଟି ତରଫରୁ ଅଧିନାୟକ ଅଶ୍ୱିନୀ କୁମାର ଦାସ ଏବଂ ଯୋଗେନ୍ଦ୍ର ସାହୁଙ୍କୁ ନଗଦ ୩ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି l