-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
04-Jan-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଏଆଇଟିଭିସି ସହ ଅନୁବନ୍ଧିତ ନିଖିଳ ଓଡିଶା ଆଶାକର୍ମୀ ସଂଘ ଲୋଇସିଂହା ବ୍ଲକ କମିଟିର ଏକ କନଫରେନ୍ସ ଲୋଇସିଂହା ସ୍ଥିତ ଅଗ୍ରେସନ ଭବନ ଠାରେ ମାଧବୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସମ୍ପାଦିକା ଓମୀ ଗୁପ୍ତା ପ୍ରାରମ୍ବିକ ସୂଚନା ଦେଇଥିଲେ l ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ନମିତା ସାହୁ ଆଶାକର୍ମୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ l ଫୋକସ ପତ୍ରିକାର ସର୍ଭେ ଅନୁଯାୟୀ କୋଭିଡ ପରିଚାଳନା ମା ଓ ଶିଶୁର ଯତ୍ନ ଅନ୍ଧବିଶ୍ୱାସ ବିରୁଦ୍ଧରେ ସଚେତନା ସୃଷ୍ଟି କରିଥିବା ରାଜ୍ୟର ଉପ ସାଧାରଣ ସମ୍ପାଦିକା ମାତିଲତା କୁଲୁ ବିଶ୍ୱର ୨୦ଜଣ ପ୍ରଭାବ ଶାଳୀ ମହିଳାଙ୍କ ମଧ୍ୟରୁ ୩ୟ ସ୍ଥାନ ଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ସଂଘର ରାଜ୍ୟର ସଭାପତି ବିଜୟ ଜେନା ତାଙ୍କ ବକ୍ତବ୍ୟରେ ଆଶାକର୍ମୀଙ୍କ ବିଭିନ୍ନ ଦାବୀ ବିଶେଷ କରି ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତିକ୍ରମେ ୱାର୍କରସ ମାନ୍ୟତା ସର୍ବନିମ୍ନ ଭତ୍ତା ଓ ଅନ୍ୟନ୍ୟ ୧୨ ଦଫା ଦାବିରେ ଆଗାମୀ ଫେବୃଆରୀ ୨୩, ୨୪ ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ବ୍ଲକ ସ୍ତରର ବିଭିନ୍ନ ସମସ୍ୟା ଯଥା ନିୟମିତ ଦେୟ ପ୍ରଦାନ ଓ ଅନ୍ୟାନ୍ୟ ଦାବିରେ ସଂଘର ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଏକ ଦାବିପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି ସଭାରେ ଜିଲ୍ଲା ସମ୍ପାଦକ ବିଭୁଦତ୍ତ ମିଶ୍ର, ସଂଘର ଉପ ସାଧରଣ ସମ୍ପାଦିକା ମାତିଲତା କୁଲୁ, ଦୁର୍ଯୋଧନ ବିଶ୍ୱାଳ, ସାହେବୁ ନନ୍ଦ, ସୀତା ଲାଗ, ମହେନ୍ଦ୍ରୀ ସାହୁ, ଆଶା ଦୀପ, କଲ୍ୟାଣୀ ସାହୁ, ବିଜାୟାନନ୍ଦ ପଟେଲ, ବିଳାସିନୀ ବାରିକ ପ୍ରମୁଖ ବକ୍ତବ୍ୟ ଦେଇଥିଲେ l