-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
27-Dec-2021
ବଲାଙ୍ଗିର : ଗତକାଲି ୨୬ ଡିସେମ୍ବର ୨୦୨୧ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଲୋଇସିଂହା ନିର୍ବାଚନ ମଣ୍ଡଳୀ ର 3 ଟି ବ୍ଲକ ରେ ବିଜେଡି ରାଜ୍ୟ ପରିଷଦ ସଭ୍ଯ ନିହାର ରଞ୍ଜନ ବେହେରା ଙ୍କ ନେତୃତ୍ଵରେ ବିଜେଡିର 25 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ଲଣ୍ଡନ୍ ଶ୍ରୀ ବେହେରା ଏହି ଉତ୍ସବରେ
ଯୋଗ ଦେଇ ବିଜେଡିର କର୍ମକର୍ତ୍ତା ମାନଙ୍କୁ ଜନସାଧାରଣ ଙ୍କ ପାଖକୁ ଯାଇ ଆମ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଇଁତଳା, ଆଗଲପୁର ଓ ଲୋଇସିଂହା ବ୍ଲକ ରେ ଅନୁଷ୍ଠିତ ଆଜିର ଏହି ଉତ୍ସବରେ ୨୫ ବର୍ଷର ଦଳର ଆଭିମୁଖ୍ଯ ସମ୍ପର୍କରେ କହିଥିଲେ l ଆଗଲପୁର ବ୍ଳକ ଫଟlମୁଣ୍ଡା ଠାରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ସଭାପତି ପଞ୍ଚୁ ପ୍ରଧାନ ସଭାପତିତ୍ଵ କରିଥିଲେ ଲୋଇସିଂହା ବ୍ଲକ ବାଦିବାହାଲ ଠାରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ସଭାପତି ହୃଦାନନ୍ଦ ବେହେରା ସଭାପତିତ୍ଵ କରିଥିଲେ l ପୁଇଁତଳା ବ୍ଳକ ବିଲେଇସର୍ଡl ଠାରେ ବ୍ଲକ ସଭାପତି ବିଷ୍ନୁ ପଟେଲ ସଭାପତିତ୍ଵ
କରିଥିଲେ l ଏହି ତିନି ବ୍ଲକରେ ବିଜେଡି ନେତା ନିହାର ରଞ୍ଜନ ବେହେରା ମୁଖ୍ୟଅତିଥି ଭବରେ ଯୋଗ ଦେଇଥିଲେ l ଏଲ୍ ସି ଡି ମାଧ୍ୟମରେ ୩ ଟି ବ୍ଲକ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୫ ବର୍ଷ ର ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ବୁଝା ଯାଇ ଥିଲl l ଏହି ସମସ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣ ସମେତ ବିଜେଡି କର୍ମୀ ମାନେ ସାମିଲ ହୋଇଥିଲେ l
(ବଲାଙ୍ଗିର ରୁ ଅନ୍ତର୍ଯ୍ୟାମୀ ସାହୁଙ୍କ ରିପୋର୍ଟ)